ଛତୁ ଖାଇବା ଦ୍ୱାରା ଏହି ସବୁ ରୋଗ ହୋଇନଥାଏ, ଜାଣନ୍ତୁ କିପରି ?

(ଓଡିଶା ଟାଇମ୍) :ଛତୁ କାହାକୁ ଭଲ ନଲାଗେ ।  ଭାରତୀୟ ଖାଦ୍ୟରେ ଛତୁର ଲୋକପ୍ରିୟତା ବେଶି ରହିଥାଏ । ଭାରତର ଛୋଟ ଢାବାଠାରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଛତୁକୁ ନେଇ ନାନା ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହାସହ ଯେଉଁମାନେ ନିରାମିଷ ଖାଦ୍ୟ ଖାିବା ପାଇଁ ପସନ୍ଦ କରନ୍ତି ସେମାନେ ଛତୁକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ଅନ୍ତତଃ ଥରେ ଛତୁ ଖାଇବା ନିହାତି ଆବଶ୍ୟକ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ଛତୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାରୁ ଏହା ସୁରକ୍ଷିତ ରଖିଥାଏ  । ଛତୁରେ ମହଜୁଦ୍ ଥିବା ଆଣ୍ଟି-ଅକ୍ସିଡାଣ୍ଟ ବିଭିନ୍ନ ରୋଗରୁ ମଣିଷକୁ ରକ୍ଷା କରେ। ତେବେ ଆସନ୍ତୁ ଜାଣିବା ଛତୁ ଖାଇବା ଦ୍ୱାରା କଣ ସବୁ ଉପକାର ହୋଇଥାଏ ।

ଉପକାର:

୧) ନିୟମିତ ଭାବେ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ହୃଦରୋଗ ତଥା ଯକୃତ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।

୨) ଏକ ଗବେଷଣାରୁ ଜଣାପଡ଼ିଛି ଯେ ସଲୋକାଇବିନ୍‌ ମସରୁମ୍‌ ବା ଆମ ବାଡ଼ିରେ ଫୁଟୁଥିବା ପାଳଛତୁ ଦ୍ୱାରା ଡିପ୍ରେସନ ବା ମାନସିକ ଚାପର ସଫଳ ଚିକିତ୍ସା କରାଯାଇ ପାରିବ। ଏ ପ୍ରକାର ଛତୁ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ପ୍ରମୁଖ ତନ୍ତୁକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ।

୩) କର୍କଟ ରୋଗୀ ପ୍ରତିଦିନ ଛତୁ ଖାଇଲେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ସାଧାରଣ ଲୋକେ ଏହା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ କର୍କଟବିରୋଧୀ ଶକ୍ତି ବଢ଼ିଥାଏ ।

୪) ଛତୁ ଆମ ତ୍ୱଚା ଓ କେଶ ପାଇଁ ଉପକାରୀ। ଏହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଠିକ୍ ରଖିଥାଏ।

୫) ଏହା ସହ ଏଥିରେ ଥିଭା ଭିଟାମିନ୍ ମଧ୍ୟ ଶରୀରକୁ ଶକ୍ତି ପ୍ରଦାନ କରେ। ନିୟମିତ ଭାବେ ଛତୁ ଖାଇଲେ ଶରୀରକୁ ଥକ୍କା ଲାଗେନାହିଁ।

୬) ଛତୁ ଖାଇଲେ କୋଲେଷ୍ଟୋରଲ ନିୟନ୍ତ୍ରିତ ହେବା ସହ ଶରୀରର ହାଡ଼ ଶକ୍ତ ହୋଇଥାଏ।

୭) ଛତୁରେ ଥିବା ଲିନ୍ ପ୍ରୋଟିନ୍ ଓଜନ କମ୍ କରିବାରେ ସହାୟକ ହୋଇଥାଏ।

୮) ଛତୁ ଖାଇଲେ ରକ୍ତଚାପ ନିୟନ୍ତ୍ରିତ ରହିବା ସହ ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ।

Leave a Reply

Your email address will not be published. Required fields are marked *