ଶରୀରର ଅନେକ ସମସ୍ୟା ଦୂର କରେ କିସମିସ୍

(ଓଡିଶା ଟାଇମ ) :  କାଜୁ କିସମିସ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହାର ଅନେକ ଫାଇଦା ରହିଛି ଯାହା ଲୋକେ ଜାଣିନାହାଁନ୍ତି। କିସମିସ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରିବା ସହ ତ୍ୱଚାକୁ ଉଜ୍ୱଳ ହୋଇଥାଏ । କିସମିସରେ କଲୋଷ୍ଟ୍ରରଲର ପରିମାଣ କମ ରହିଥାଏ ତେଣୁ ହୃଦରୋଗ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାର ହୋଇଥାଏ । 

କିସମିସକୁ ରାତିରେ ପାଣିରେ ଭିଜାଇ ତାକୁ ସକାଳୁ ଖାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ । କିସମିସ ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି ବଢିଥାଏ । କିସମିସରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ ଯାହାକି ହାଡକୁ ମଜବୁତ୍ କରିଥାଏ । କିସମିସ୍ ଆଇରନର ପରିମାଣ ଅଧିକ ମାତ୍ରାରେ ଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ ।

କିସମିସ୍ ପାଣି ରକ୍ତକୁ ସୁଦ୍ଧ କରିବା ସହ ପେଟ ଜନିତ ସବୁ ରୋଗ ଭଲ ହୋଇଥାଏ । ସବୁଦିନ କିସମିସ୍ ଖାଇବା ଦ୍ୱାରା ବୃକକ୍ ଓ ଲିଭର ସୁସ୍ଥ ରହିଥାଏ । କିସମିସ୍ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । 

Leave a Reply

Your email address will not be published.