ଗୁଡରେ କି କି ଉପକାରୀ ଗୁଣ ରହିଛି, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଗୁଡ ଶରୀର ପାଇଁ ଖୁବ୍ ଉପକାରୀ । ଗୁଡର ସ୍ୱାଦ ମିଠା ରହିଥିବା ବେଳେ ଏହା ସ୍ୱାସ୍ଥ୍ୟ ପ୍ରଦ ମଧ୍ୟ । ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତ୍ୱଚାର ସୌନ୍ଦର୍ଯ୍ୟ ଗୁଡକୁ ମଧ୍ୟ ବ୍ୟବହାର କରାଯାଇପାରିବ ।

ଗୁଡରେ କି କି ସ୍ୱାସ୍ଥ୍ୟପ୍ରଦ ଉପକାରୀ ଗୁଣ ରହିଛି । ଜାଣନ୍ତୁ…

ଗୁଡରେ ଆଇରନର ମାତ୍ରା ଅଧିକ ରହିଥାଏ । ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢାଇବା ଲାଗି ଆପଣ ନିଜ ଖାଦ୍ୟରେ ଗୁଡକୁ ସାମିଲ କରି ପାରିବେ । ଏନିମିୟା ରୋଗୀଙ୍କ ପାଇଁ ଗୁଡ୍ ଉପକାରୀ ହୋଇଥାଏ ।

ଡାକ୍ତରଙ୍କ ମତରେ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିବା ଲାଗି ନିଜ ଖାଦ୍ୟରେ ଗୁଡକୁ ସାମିଲ କରି ପାରିବେ ।

ଗୁଡ ମଣିଷର ହାଡକୁ ମଜଭୁତ କରିଥାଏ । ଏଥିରେ କ୍ୟାଲସିୟମ୍ ସହ ଫସଫରସ୍ ମଧ୍ୟ ଭରି ରହିଛି । ଯେଉଁ ଦୁଇଟି ଜିନିଷ ଆପଣଙ୍କ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ ।

ଗୁଡରେ ଗ୍ଲାଇକୋଲିକ୍ ଏସିଡ୍ ଭଳି ପଦାର୍ଥ ରହିଥାଏ । ଯାହା ତ୍ୱଚାକୁ ସଫ୍ଟ କରିଥାଏ ।

ପ୍ରତିଦିନ ଗୁଡ ଖାଇଲେ ମୁହଁରୁ ବ୍ରଣ ଦୂର ହେବା ସହ ଚମକ ଆଣିଦେଇଥାଏ ।

 

Leave a Reply

Your email address will not be published.