ପାଚନ ସମସ୍ୟାରୁ ଉପଶମ ଦିଏ ଗୁଜୁରାତି
ଭୁବନେଶ୍ୱର, (ଓଡିଶା ଟାଇମ୍): ସାଧାରଣତଃ ବଜାରରେ ଦୁଇ ପ୍ରକାରର ଅଳେଇଚ ମିଳିଥାଏ । ଗୋଟିଏ ବଡ ଓ ଅନ୍ୟଟି ଛୋଟ । ଛୋଟ ସବୁଜ ଅଳେଇଚକୁ ଗୁଜୁରାତି ବୋଲି କୁହାଯାଇଥାଏ । ଭାରତରେ ଏହାକୁ ଗରମ ମସଲା ଭାବେ ବ୍ୟବହାର କରାଯାଇ ଥାଏ ।
ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଅତି ସହଜରେ ମିଳି ଯାଉଥିବା ଗୁଜୁରାତିରେ ଅନେକ ଔଷଧୀୟ ଗୁଣ ରହିଛି । ଜାଣନ୍ତୁ…
ମାଉଥ ଫ୍ରେସନର୍- ଗୁଜୁରାତି ଏକ ଭଲ ମାଉଥ ଫ୍ରେସନର୍ ଭାବେ କାର୍ଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଗନ୍ଧକୁ ଦୂର କରିଥାଏ । ଯଦି ଆପଣଙ୍କ ମୁହଁ ଦୂର୍ଗନ୍ଧ ହେଉଥାଏ, ତେବେ ଆପଣ ସବୁବେଳେ ଗୁଜୁରାତି ଖାଇପାରନ୍ତି ।
ହଜମ ସମସ୍ୟା- ଗୁଜୁରାତିକୁ ସେବନ କଲେ ପ୍ରାୟତଃ ହଜମ ସମସ୍ୟା ଦୂର ହୋଇଥାଏ । ଏପରିକି ମୁଣ୍ଡ ବିନ୍ଧୁଥିଲେ ଗୁଜୁରାତି ପକା ହୋଇଥିବା ଚା’ କିମ୍ବା ପାଣି ପିଇଲେ ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ ।
କୋଷ୍ଠ କାଠିନ୍ୟ- ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ଗୁଜୁରାତି ଖାଇ କିଛି ଗରମ ପାଣି ପିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କର କୋଷ୍ଠ କାଠିନ୍ୟ ଭଳି ସମସ୍ୟାରୁ ଉପଶମ ମିଳିପାରିବ ।
ଏସିଡିଟିରୁ ମୁକ୍ତି ମିଳେ- ଖୁବ୍ କମ୍ ଲୋକ ଜାଣିଥିବେ ଗୁଜୁରାତିରେ ତେଲ ମଧ୍ୟ ରହିଥାଏ । ଏଥିରେ ଥିବା ଏସେନସିଆଲ୍ ଅଏଲ୍ ପେଟ୍ ସମସ୍ୟାରୁ ମୁକ୍ତି ଦେଇଥାଏ । ଏପରିକି ଏହା ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ ।
ଆୟୁର୍ବେଦ ଅନୁସାରେ ଶରୀରକୁ ଉଷ୍ମତା ଦେବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହା ଶୀତ ଦିନେ ଶରୀରକୁ ଉଷ୍ମତା ଦେବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।