ତେଜପତ୍ରରୁ କେବଳ ମସଲା ନୁହେଁ, ମିଳିଥାଏ ଏହି ସବୁ ଫାଇଦା
(ଓଡିଶା ଟାଇମ୍) : ତେଜପତ୍ରକୁ ସାଧାରଣତଃ ଘରେ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ମସଲା ବ୍ୟତିତ ତେଜପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ତେଜପତ୍ରକୁ କେଉଁ କେଉଁ ରୂପରେ ବ୍ୟବହାର କରିପାରିବା ।
ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଏକ ମହୋଷଧୀ । ଶରୀରରେ ବ୍ଲଡ଼ ଗ୍ଲୁକୋଜ ଓ କୋଲେଷ୍ଟ୍ରଲର ମାତ୍ରା ବଢିଗଲେ ଏହାକୁ କମ କରିବା ପାଇଁ ତେଜପତ୍ରକୁ ବ୍ୟବହାର କରାଯାଇଥାଏ । ଏହା ସହ ତେଜପତ୍ର ଗୁଣ୍ଡ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ସୁଗାର ନିୟନ୍ତ୍ରିତ ହୋଇ ରହିଥାଏ ।
ଚର୍ମ ସମସ୍ୟା: ତେଜପତ୍ରକୁ ବାଟି ଚର୍ମରେ ଲଗାଇଲେ ଚର୍ମରୋଗ ଭଲ ହୋଇଥାଏ । ସେହିପରି ବାଲଟିଏ ପାଣିରେ ତେଜପତ୍ର ୧୫ମିନିଟ ବତୁରାଇ ସ୍ନାନ କଲେ ଶରୀରକୁ ଚର୍ମ ରୋମ ଆସି ନଥାଏ ।
କ୍ୟାନ୍ସର: ତେଜପତ୍ରରେ ଆଣ୍ଟିକ୍ୟାନ୍ସର ଗୁଣ ରହିଥାଏ । ଯାହା ଶରୀରରେ କୋଷିକାର ବିକାଶକୁ ରୋକିବାରେ ସାହାଯ୍ୟ କରିଥାଏ ।
ମୁଣ୍ଡବ୍ୟଥା: ଥଣ୍ଡାଜନିତ ମୁଣ୍ଡବ୍ୟଥା ହେଉଥିଲେ ତେଜପତ୍ରକୁ ବାଟି ମଥାରେ ଲଗାଇ ଦିଅନ୍ତୁ । ଦେଖିବେ ନିଶ୍ଚିତ ଉପଷମ ମିଳିବ ।
କାଶ: କାଶ ହେଉଥିଲେ ତେଜପତ୍ର ଓ ଅଳ୍ପ ମିଶ୍ରିକୁ ପାଣିରେ ଫୁଟାଇ ଦିଅନ୍ତୁ । ସେହି ପାଣିକୁ ଥଣ୍ଡା କରି ଦିନକୁ ୨ଥର ସେବନ କରନ୍ତୁ । ଏହା କରିବା ଦ୍ୱାରା କାଶରୁ ମୁକ୍ତି ମିଳେ ।
ଓଜନ ହ୍ରାସ : ତେଜପତ୍ରକୁ ଡାଲଚିନିରେ ମିଶ୍ରଣ କରି ପିଇବା ଦ୍ୱାରା ପାଚନ କ୍ରିୟା ଠିକ ହୋଇଥାଏ । ଯାହାଦ୍ୱାରା ଶରୀରର ଅତିରିକ୍ତ ଚର୍ବି ଦୂର ହୋଇଥାଏ । ଓଜନ କମ କରିବା ପାଇଁ ତେଜପତ୍ର, ଡାଲଚିନିକୁ ଗ୍ରୀନ ଟି କିମ୍ବା ନାଲି ଚାରେ ପକାଇ ଫୁଟାଇ ପ୍ରତିଦିନ ସେବନ କରନ୍ତୁ ।