ଅମ୍ପନ୍‌: ହାଇକୋର୍ଟଙ୍କ ଶୁଣାଣୀ ସ୍ଥଗିତ, ସବୁ ମାମଲାର କାଲିହେବ ବିଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମ୍ପନ ଜରୁରୀକାଳୀନ ସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶା ହାଇକୋର୍ଟ ଏହାଙ୍କ ଆଜି ନିର୍ଦ୍ଧାରିତ ସମସ୍ତ ଶୁଣାଣୀକୁ ସ୍ଥଗିତ କରିଛନ୍ତି। ଏକ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ବିଚାରବିଭାଗୀୟ ରେଜିଷ୍ଟ୍ରାର୍‌ କହିଛନ୍ତି ଯେ, ବୁଧବାର ଦିନ ବିଭିନ୍ନ ବେଞ୍ଚରେ ନିର୍ଦ୍ଧାରଣ କରାଯିବାକୁଥିବା ମାମଲା ଗୁଡ଼ିକୁ ଗୁରୁବାର ଶୁଣାଣୀ କରାଯିବ।

ହାଇକୋର୍ଟଙ୍କ ରେଜିଷ୍ଟ୍ରାର କହିଛନ୍ତି, ମହାବାତ୍ୟା ଅମ୍ପାନ ପ୍ରଭାବରେ ବିଜୁଳି, ଇଣ୍ଟରନେଟ୍‌ ପ୍ରଭରବିତ ହୋଇଛି। ବାର୍‌ର ଅନୁରୋଧକୁ ରକ୍ଷା କରି ଆଜି ନିର୍ଦ୍ଧାରଣ କରାଯାଇଥିବା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣୀ ହୋଇପାରିବ ନାହିଁ। ଏଣୁ ନିର୍ଦ୍ଧାରିତ ସମସ୍ତ ବେଞ୍ଚର ଶୁଣାଣି ଆସନ୍ତାକାଲି ହେବ।

କରୋନା ସଂକ୍ରମଣକୁ ଆଖିରେ ରଖି ହାଇକୋର୍ଟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରୁଛନ୍ତି। ଉଭୟ ଓକିଲ, ମହକିଲ ଏବଂ ଜଜ୍‌ ନିର୍ଦ୍ଧାରିତ ସମୟରେ ଭିଡିଓ ମାଧ୍ୟମରେ ଶୁଣାଣି କରି ମାମାଲା ବିଚାର କରୁଛନ୍ତି। ବିଜୁଳି ଓ ଇଣ୍ଟରନେଟ୍‌ ସଂଯୋଗ ସମସ୍ୟା ଆସିଲେ ଏହିପରି ମାମଲା ଶୁଣିବା ସମ୍ଭବ ହେଉ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published.