ଉଚ୍ଚ ମୂର୍ତ୍ତିକୁ ଅନୁମତି ଦେଲେ କୋର୍ଟ : ୯ ପୂଜା କମିଟି ଆଶ୍ବସ୍ତ, ବିସର୍ଜନ ଦାୟିତ୍ବ ପ୍ରଶାସନର
ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ତେବେ ପ୍ରଶାସନ ଏହି ପୂଜା କମିଟିର ମୂର୍ତ୍ତି ବିସର୍ଜନ କରିବା ନେଇ ଅଦାଲତ ସର୍ତ୍ତ ରଖିଛନ୍ତି। ଅନ୍ୟପକ୍ଷରେ ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇ ପାରିବନି ବୋଲି ଅଦାଲତ କହିଛନ୍ତି। ସୂଚନା ଯୋଗ୍ୟ, କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାର ମାମଲାର ଶୁଣାଣି କରି ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଥିଲେ।
ପୂର୍ବରୁ ପୁଲିସ କମିଶନର ସହରର ୯ଟି ପୂଜା ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବା ନିମନ୍ତେ ସରକାର ମାର୍ଗଦର୍ଶୀକା ଜାରି କରିଥିଲେ।