କାହିଁକି ପାଳନ ହୋଇଥାଏ ‘ଫ୍ରେଣ୍ଡସିପ୍ ଡେ’
ଭୁବନେଶ୍ୱର, (ଓଡିଶା ଟାଇମ୍): ‘ବନ୍ଧୁତ୍ୱ ଦିବସ’ ତଥା ‘ଫ୍ରେଣ୍ଡସିପ୍ ଡେ’ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ପାଳନ କରା ଯାଇଥାଏ । ଏହି ଦିନରେ ଲୋକମାନେ ନିଜ ସାଙ୍ଗ ମାନଙ୍କ ସହ ବନ୍ଧୁତ୍ୱକୁ ସେଲିବ୍ରେସନ୍ କରିଥାନ୍ତି ।
ଖାସ୍ କରି ସାଙ୍ଗସାଥୀ ମାନଙ୍କ ମେଳରେ ସମସ୍ତେ ବୁଲା ବୁଲି କରିବା ସହ ମଉଜ ମଜଲିସ କରିଥାନ୍ତି । ଏପରିକି କେହି କେହି ନିଜ ସାଙ୍ଗ ମାନଙ୍କୁ ଫ୍ରେଣ୍ଡସିପ୍ ଡେ’ରେ କାର୍ଡ, ଫୁଲ ଓ ଚକୋଲେଟ୍ ଆଦି ଗିଫ୍ଟ ଦେଇଥାନ୍ତି ।
କୁହାଯାଏ, ଜଣେ ବ୍ୟକ୍ତିର ଯେଉଁସବୁ ଗୁପ୍ତ କଥା ପରିବାର ଲୋକ ନ ଜାଣିଥାନ୍ତି, ସେସବୁ କଥାକୁ ସାଙ୍ଗ ମାନେ ଜାଣି ଥାନ୍ତି ।
ଜାଣନ୍ତୁ, ଫ୍ରେଣ୍ଡସିପ୍ ଡେ’ ପାଳନକୁ ନେଇ କ’ଣ ରହିଛି ଇତିହାସ
୧୯୧୯ ମସିହାରେ ପ୍ରଥମେ ହଲମାର୍କ କାର୍ଡର ସଂସ୍ଥାପକ ଜୋସ୍ ହଲ୍ ବନ୍ଧୁତ୍ୱ ଦିବସ ପାଳନ ନେଇ ପରାମର୍ଶ ଦେଇଥିଲେ ।
ପରେ ୧୯୩୫ ମସିହାରେ ପ୍ରଥମ ଥର ପାଇଁ ୟୁନାଇଟେଡ୍ ଷ୍ଟେଟ କଂଗ୍ରେସ ପକ୍ଷରୁ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଫ୍ରେଣ୍ଡସିପ୍ ଡେ ପାଳନ ପାଇଁ ଘୋଷଣା କରା ଯାଇଥିଲା ।
ଯାହାକୁ ପ୍ରଥମ ଥର ପାଇଁ ଆମେରିକାରେ ପାଳନ କରା ଯାଇଥିଲା ।
ସବୁ ଦେଶରେ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରା ଯାଇଥାଏ । ଭାରତରେ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଫ୍ରେଣ୍ଡସିପ୍ ଡେ ପାଳନ କରା ଯାଉଥିବା ବେଳେ ଦକ୍ଷିଣ ଆମେରିକୀୟ ଦେଶରେ ଜୁଲାଇ ମାସରେ ପାଳନ ହୋଇଥାଏ ।
ଏପରିକି ପ୍ରାୟ ୬୦ ବର୍ଷ ପୂର୍ବରୁ ୧୯୫୮ରେ ପ୍ରଥମ ଥର ପାଇଁ ଫ୍ରେଣ୍ଡସିପ୍ ଡେ’ କୁ ଅନ୍ତରାଷ୍ଟ୍ରିୟ ସ୍ତରରେ ମାନ୍ୟତା ପାଇଥିଲା । ଯେଉଁ ସମୟରେ ଦକ୍ଷିଣ ଆମେରିକାର ଅନେକ ଦେଶରେ ତଥା ବିଶେଷତଃ ପରାଗବେ ରେ ଫ୍ରେଣ୍ଡସିପ୍ ଡେ ପାଳନ କରା ଯାଇଥିଲା ।