ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି ଆଦିତ୍ୟ: ଜିଆରପି

ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ପରଦା ଧିରେ ଧିରେ ଖୋଲିବାରେ ଲାଗିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ର ରିପୋର୍ଟ ଜିଆରପିକୁ ହସ୍ତାନ୍ତର କରାଯାଇଛି । ଆଦିତ୍ୟ ତାଙ୍କ ଡାଏରୀରେ ନିଜେ ହିଁ ସୁଇସାଇଡ୍ ନୋଟ୍ ଲେଖିଛନ୍ତି ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଡାଏରୀରେ ଓ ସେଥିରେ ଥିବା ସୁଇସାଇଡ୍ ନୋଟ୍ ଆଦିତ୍ୟଙ୍କ ନିଜ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛ ।

ଗତ ୧୩ ତାରିଖରେ ଆଦିତ୍ୟଙ୍କ ଡାଏରୀକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଇଥିଲା ଜିଆରପି । ତେବେ ଆଦିତ୍ୟର ଡାଏରୀ ଓ ସେଥିରେ ଥିବା ସୁଇସାଇଡ୍ ନୋଟ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲ୍ୟାବରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ୭ ଜଣିଆ ଟିମ୍ ଯାଞ୍ଚ କରୁଛି ।

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ସିସିଟିଭି ଫୁଟେଜ୍‌ ମଧ୍ୟ ହସ୍ତଗତ ହୋଇଛି। ଜିଆରପି ଏହି ଫୁଟେଜକୁ ସାର୍ବଜନୀନ କରି ନଥିବାବେଳେ ଏଥିରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବା ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ସଂଧ୍ୟା ୭ଟା ୨୩ ମିନିଟ୍‌ରେ ଆଦିତ୍ୟ ଏକ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି ।

ତେବେ ଏହି ଭିଜୁଆଲ ଯାହା ଦର୍ଶାଉଛି ଆଦିତ୍ୟ ପୋଖରୀପୁଟ ରେଳ ଷ୍ଟେସନ କଡରେ ଚାଲିଚାଲି ଯାଉଛନ୍ତି । କିନ୍ତୁ ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ ପାଇଲଟମାନଙ୍କୁ ପଚରାଉଚରା କରିସାରିଛି ଜିଆରପି ପୋଲିସ୍ ।

Leave a Reply

Your email address will not be published.