ରାଜ୍ୟରେ ଖୋଲିଲା ଯୋଗକେନ୍ଦ୍ର ଓ ଜିମ୍‌ ସେଣ୍ଟର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।

ଉଭୟ ଯୋଗ ଶିବିର ଏବଂ ଜିମ୍  ସେଣ୍ଟରରେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଛି।

ଅତିକମ୍‌ରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି।

ବ୍ୟାୟାମ ଉପକରଣ ବ୍ୟବହାର ପୂର୍ବରୁ ହାତକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ରହିଛି।

କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି।

ଜିମ୍ନାସିୟମ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସଂପୂର୍ଣ୍ଣ ବାରଣ କରାଯାଇଛି।

Leave a Reply

Your email address will not be published.