ନାବାଳିକାକୁ ବଳାତ୍କାର ଓ ହତ୍ୟା:୨ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଗୁରୁଗାଓଁ, (ଓଡିଶା ଟାଇମ୍): ଏକ ୧୨ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପାନିପଥସ୍ଥିତ ଫାଷ୍ଟ୍ରଟ୍ରାକ୍ ଅଦାଲତ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୁଇ ଦୋଷୀ ହେଲେ ପ୍ରଦୀପ (୩୮) ଓ ସାଗର (୩୬)। ଦୋଷୀ ଦୁଇଜଣ ନାବାଳିକା ଜଣଙ୍କ ରହୁଥିବା ଘର ପାଖର ଅଧିବାସୀ। ମାମଲା ଆଧାରରେ ଆଟର୍ଣ୍ଣି ଜେନେରାଲ ରାଜେଶ ଚୌଧୁରୀ କହିଛନ୍ତି ଯେ ୨୦୧୮ ଜାନୁଆରୀ ୧୨ ତାରିଖରେ ନାବାଳିକା ଅଳିଆ ଫିଙ୍ଗିବା ଲାଗି ବାହାରକୁ ଯାଇଥିବାବେଳେ ତାକୁ ଉପରୋକ୍ତ ଦୁଇ ଦୋଷୀ ଅପହରଣ କରିନେଇଥିଲେ। ମଦ୍ୟପାନ ଅବସ୍ଥାରେ ଥିବା ଦୋଷୀ ଦୁଇଜଣ ନାବାଳିକାକୁ ବଳାତ୍କାର କରିଥିଲେ। ପୀଡିତା ନାବାଳିକା ଦୋଷୀ ଦୁଇଜଣଙ୍କ ଜାଣିଥିବାରୁ ଅପରାଧ ଧରାପଡିଯିବା ଭୟରେ ସେମାନେ ତାକୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ତାର ଲୁଗାପଟା ପୋଡି ଦେଇ ମୃତଦେହକୁ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ଅତିରିକ୍ତ ଜିଲା ଓ ଦୌରା ଜଜ୍ ସୁମିତ ଗାର୍ଗ ଏହି ଘଟଣାକୁ ଅତ୍ୟନ୍ତ ପାଶବିକ ବୋଲି ବିବେଚନା ପୂର୍ବକ ଦୋଷୀ ଦ୍ବୟଙ୍କୁ ମୃତ୍ୟୁ ଓ ଅର୍ଥ ଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁ ଦଣ୍ଡାଦେଶକୁ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ ହେବ।