ସ୍ବାଭିମାନ ଅଞ୍ଚଳରେ ଗୁଳି ବିନିମୟ
ମାଲକାନାଗିରି, (ଓଡିଶା ଟାଇମ୍) :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଗୁଳି ବିନିମୟ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ପିପଲାପଦର ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଯାହାର ଗୁଇନ୍ଦା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଖବର ପାଇ ସେଠାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଏସଓଜି ଓ ଡିଭିଏଫ ବାହିନୀ । ମାଲକାନଗିରି କୋରାପୁଟ ଓ ବିଶାଖାପାଟଣା ଡିଭିଜନର ଶତାଧିକ ନକ୍ସଲ ସେଠାରେ ଉପସ୍ଥିତ ରହିଥିବା ସୁଚନା ଦେଲେ ମାଲକାନଗିରି ଏସପି ରିଶିକେଷ ଖିଲାରି । ଘଟଣା ସ୍ଥଳରୁ ଭାରି ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଠାରେ କୁମିଂ ଅପରେସନ ଜାରି ରହିଛି ।











