ଜମ୍ମୁ-କାଶ୍ମୀର : ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଶ୍ରୀନଗର, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଭାରତୀୟ ସେନା ୩ ଜଣ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଜାରି ରଖିଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଏହି ଆତଙ୍କବାଦୀମାନେ ଫସି ଯାଇଛନ୍ତି ।

ସୂଚନା ଅନୁସାରେ, ବାରାମୂଳାରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା । ଏହାପରେ ସେନା ଓ ସ୍ଥାନୀୟ ପୋଲିସ ସେହି ଅଞ୍ଚଳକୁ ଘେରିଥିଲେ । ଏହାପରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ପୋଜିସନ ନେଇ ପାଲଟା ଜବାବ ଦେଇଥିଲେ । ଏବେବି ସେଠାରେ ଗୁଳି ବିନିମୟ ଜାରି ରହିଛି । ଏବେସୁଦ୍ଧା କୌଣସି ଆତଙ୍କବାଦୀ ଗିରଫ ହୋଇଥିବା କିମ୍ବା ନିହତ ହୋଇଥିବା ସୂଚନା ମିଳିପାରି ନାହିଁ ।

Leave a Reply

Your email address will not be published.