ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଏସଓପି

  • ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବକୁ ଯାଉଛି ।
  • ବିମାନର ମଝି ସିଟ୍ ଖାଲି ରଖାଯିବ ବୋଲି ପୂର୍ବରୁ ବାରଣ କରାଯାଇଥିଲା ।
  • ଏହା ଭଡ଼ା ଉପରେ ପ୍ରଭାବ ପକାଉଥିବାରୁ ମଝି ସିଟ୍‌ ଖାଲି ରହିବ ନାହିଁ ।
  • ଯାତ୍ରା ସମୟରେ କୌଣସି ଖାଦ୍ୟ ଉପଲବ୍ଧ ହେବ ନାହିଁ ।
  • ଯାତ୍ରଙ୍କୁ ଏକ ମାସ୍କ, ସାନିଟାଇଜର ସାଙ୍ଗରେ ଆଣିବାକୁ କରିବାକୁ ପଡ଼ିବ ।

ଭୁବନେଶ୍ୱର,(ଓଡିଶା ଟାଇମ୍):କୋରୋନା ଲକଡାଉନ ମଧ୍ୟରେ ଆସନ୍ତା ମେ ୨୫ରୁ ଘରୋଇ ବିମାନ ଚଳା ଚଳ ଆରମ୍ଭ ହେବ । ବିମାନ ଉଡାଣ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର । ଭାରତୀୟ ବିମାନପତ୍ତନ ପ୍ରାଧିକରଣ ବା ଏଏଆଇ ଦ୍ୱାରା ଏସଓପି ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ୧୪ ବର୍ଷର କମ ବୟସ୍କଙ୍କୁ ଛାଡ଼ି ଆଉ ସମସ୍ତେ ସେମାନଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ପଞ୍ଜୀକରଣ କରିବେ । ଯଦି କୌଣସି ଯାତ୍ରୀଙ୍କ କରୋନା ଟ୍ରାକ ଆପ ଆରୋଗ୍ୟ ସେତୁ ନଥିବ କିମ୍ବା ଏଥିରେ ଗ୍ରୀନ ଲାଇଟ ଜଳୁ ନଥିବ, ତା’ହେଲେ ସେମାନଙ୍କୁ ଏୟାରପୋର୍ଟ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି । ତେବେ ବିମାନରେ ଯାତ୍ରା କରିବା ପୂର୍ବରୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ପଢ଼ନ୍ତୁ କଣ ରହିଛି ନିୟମ…

ଯାତ୍ରା ସମୟରେ ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟତାମୂଳକ । ସେହିଭଳି ବିମାନ ଛାଡ଼ିବା ସମୟର ଦୁଇ ଘଣ୍ଟା ଆଗରୁ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ । ପ୍ରବେଶ ପଥ, ସ୍କ୍ରିନିଂ ଜୋନ ଓ ଟର୍ମିନାଲସରେ ଗୋଟିଏ ମିଟିର ଦୂରତା ଯାତ୍ରୀମାନଙ୍କ ମଧ୍ୟରେ ରଖିବା ପାଇଁ ଗୋଲେଇ ମରାଯିବ । କେବଳ ବ୍ୟକ୍ତିଗତ ଗାଡ଼ି ଓ ଅନୁମତି ପ୍ରାପ୍ତ କ୍ୟାବରେ ହିଁ ଯାତ୍ରୀମାନେ ବିମାନବନ୍ଦରକୁ ଆସି ପାରିବେ ।

ଆସିବା ବେଳେ କିମ୍ବା ଯିବା ବେଳେ ଟ୍ରଲିର ବ୍ୟବହାର ହୋଇପାରିବ ନାହିଁ । ଜରୁରୀ ସେବା କ୍ଷେତ୍ରରେ ହିଁ ସାନିଟାଇଜ କରି ଏହାକୁ ଅନୁମତି ଦିଆଯିବ । ସାମାଜିକ ଦୂରତା ପାଇଁ ବିମାନଗୁଡ଼ିକର ସିଟରେ ମାର୍କିଂ କରାଯିବ ।

ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ ପରିନ୍ଧାନ କରିବେ ଓ ଭୂତାଣୁ ଜନିତ ରୋଗରେ ପୀଡ଼ିତ କର୍ମଚାରୀଙ୍କୁ ବିମାନବନ୍ଦର ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଏସଓପି ଜାରି କରଯାଇଛି । ।

Leave a Reply

Your email address will not be published.