ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ଆଦିତ୍ୟଙ୍କ ଶାଶୁ ଓ ଶାଳକଙ୍କୁ ଜେରା

ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି । କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି । ଆଦିତ୍ୟ , ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ଜୀବନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି । ପ୍ରାୟ ଘଣ୍ଟାଏ ଧରି ଜେରା କରିଥିଲା ଜିଆରପି । ଜିଆରପିର ଡିଏସପିଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ପଚରାଉଚୁରା କରିଥିଲେ ।

ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଗତ ୬ତାରିଖ ଦିନ କୌଣସି ଦୁର୍ଘଟଣା ହୋଇନଥିବା ଲୋକୋ ପାଇଲଟ ବୟାନ ଦେଇଥିଲେ । କୌଣସି ଲୋକ ସେହି ଦିନ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଆସି ନ ଥିଲେ ବୋଲି ସେ କହିଥିଲେ । ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଥିଲେ । ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Leave a Reply

Your email address will not be published.