ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର । ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ଗାଇଡ୍ ଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା । ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା’ ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଥିଲେ । ମୋକଦ୍ଦମା ଦୁଇଟି ୧୩ ଏବଂ ୧୪ ସିରିଏଲ ନମ୍ବରରେ ରହିଥିଲା । ତେବେ ଆଜି ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *