ଅନ୍ଲାଇନ୍ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ଏଣିକି ଅନ୍ଲାଇନ୍ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍କୁଲଶିକ୍ଷାରେ ସଂସ୍କାର ଆଣିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଟ୍ବିଟ୍ ରେ କୁହାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓକାକର ମିଳିତ ପ୍ରୟାସରେ ଏହା କରାଯିବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ସାର୍ଟିଫିକେଟ୍ ଡିଜିଟାଲାଇଜେସନ କରିବା ଲାଗି ଆଲୋଚନା କରାଯାଉଥିଲା । ତେବେ ସାର୍ଟିଫିକେଟ୍ ଡିଜିଟାଲାଇଜେସନ୍ ହେବା ଦ୍ବାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ । ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ।