ଆଜି ଅବସର ନେବେ ସୁନୀଲ ରଏ, ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ବ
ଭୁବନେଶ୍ବର, (ଓଡିଶା ଟାଇମ୍) : ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ। ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ଅଗ୍ନିଶମ ଡିଜି ସୁନୀଲ ରଏ ଚାକିରିରୁ ଅବସର ନେଉଥିବାରୁ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି, ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
ଏପଟେ ସେସୁର ସିଇଓ ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି କରାଯାଇଛି। ହେଲେ ପୂର୍ବରୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଅରୁଣ ବୋଥ୍ରା। ସେଥିରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।
ସେହିଭଳି ବାଲେଶ୍ବର ଏସ୍ପି ଯୁଗଳ କିଶୋର କୁମାର ବାନୋଥଙ୍କୁ କଟକ ମୁଖ୍ୟାଳୟ ଏସ୍ପି ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ୍ ଏସ୍ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ବର ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।