ଫିଟିଲା ଗୋବିନ୍ଦଙ୍କ ଗୁମର! ମମିତାଙ୍କୁ ମାରିଥିବା ସ୍ୱୀକାର କଲା

କଳାହାଣ୍ଡି, (ଓଡିଶା ଟାଇମ୍): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୂଆ ଟ୍ବିଷ୍ଟ୍ । ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସର ମାରାଥନ୍ ଜେରା ପରେ ସତ ଉଗାଳିଛି ଗୋବିନ୍ଦ ।

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁଙ୍କ ସହ ଅଟକ ୩ ଜଣକୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ବୀକାର କରିଥିବା ସୂଚନା ମିଳିଛି । ତଦନ୍ତ ଚାଲିଛି ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଊଓଏ ଦୀପକ କୁମାର ସୂଚନା ଦେଇଛନ୍ତି । ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବାର ୧୨ଦିନ ପରେ ଏମିତି ଏକ ଟ୍ବିଷ୍ଟ୍ ଆସିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ତଥାପି ଏହାକୁ ସାଇଣ୍ଟିଫିକାଲି ସ୍ପଷ୍ଟ କରିବ ପୋଲିସ । ଜବତ ହାଡର ଡିଏନଏ ଟେଷ୍ଟ କରାଯିବ । ତେବେ ଏସବୁ ଭିତରେ ଗୋଟିଏ କଥାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ଯେ, ଗୋବିନ୍ଦ ସାହୁଙ୍କର କିଛି ଗୋଟିଏ ଗୁରୁତର ଗୁମର ଖୁଲାସା କରିଦେବେ ବୋଲି ଧମକ ଦେଇଥିଲେ ମମିତା ମେହେର, ଯାହାକି ଭାଇରାଲ୍ ଅଡିଓରୁ ସୂଚନା ମିଳୁଛି । ତାହା କଲେଜର ଯୌନ ଶୋଷଣ ଗୁମର କି ଏମିତି କିଛି ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି କଲେଜରେ ଯୌନ ଶୋଷଣ ଗୁମରର ଖୁଲାସା କରିଦେବେ ବୋଲି ମମିତା ଧମକ ଦେଇଥିଲେ, ଏଥିପାଇଁ ତାଙ୍କୁ ଅପହରଣ କରାଯାଇଥିଲା। ଏସବୁ କିଛିର ଯାଞ୍ଚ କରୁଛି ପୋଲିସ ।

ତେବେ ପୋଲିସ ଯଦି ପୂର୍ବରୁ ସକ୍ରିୟ ହୋଇଥାନ୍ତା ତାହେଲେ ମମିତାଙ୍କ ଜୀବନ ବଞ୍ଚି ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଶିକ୍ଷାନୁଷ୍ଠାନରେ ଯୌନ କେଳେଙ୍କାରୀ ଚାଲୁଥିବା ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା। ପୋଲିସ ଏହାକୁ କିନ୍ତୁ ନଜର ଆନ୍ଦାଜ କରିଆସୁଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତଥା ବିରୋଧୀ ପୋଲିସର କାର‌୍ୟ୍ୟାନୁଷ୍ଠାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Leave a Reply

Your email address will not be published.