ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ବ୍ଲକ  ସ୍ତରୀୟ  ଅଫିସର ମାନେ ମନିଟରିଂ କରିବା ପାଇଁ କୁହାଯାଇଛି । ଏହା ସହ ସର୍ଭେ କରିବେ କେଉଁ ଅଞ୍ଚଳରେ ପଙ୍ଗପାଳ ଆସିଲେ । ପଙ୍ଗପାଳ କଣ୍ଟ୍ରୋଲ କରିବା ନେଇ ଟ୍ରେନିଂ ଦିଆଯାଇଛି । ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ମୁକାବିଲା ପାଇଁ ସବୁ ଜିଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ । ୮ ଲକ୍ଷ ଚାଷୀ ହେଲପଲାଇନରେ ଜଡିତ ଅଛନ୍ତି । ୬ ଲକ୍ଷ ଚାଷୀ ହ୍ବାଟ୍ସଆପ ଗ୍ରୁପରେ ଅଛନ୍ତି । ପଙ୍ଗପାଳ ମୁକାବିଲା ପାଇଁ କ’ଣ କରାଯିବ ସେ ନେଇ ଅନୁଧ୍ୟାନ ଜାରି ରହିଛି । ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିବା ପାଇଁ ପବନର ବେଗ ମୌସୁମୀ ଉପରେ ନିର୍ଭର କରେ । ବିହାର, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ଅଧିକ ନଜର ରଖାଯାଇଛି ।

Leave a Reply

Your email address will not be published.