ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା । ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ପୁଣି ଏକ ମାସ ପାଇଁ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିଲେ ସୁଦ୍ଧା ବିପଦ ଟପିନି । ଫଳରେ ଏପରି ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତଥାପି କେତେକ ଦେଶକୁ ସମସ୍ତ ସର୍ତ୍ତ ସହିତ ସ୍ୱତନ୍ତ୍ର ଭାବେ ବିମାନ ଯାତ୍ରା କରିପାରିବ ଯାତ୍ରୀ । ଏପରି ସ୍ଥିତିରେ ଆଜି ଅନୁମତି ପ୍ରଦାନ କରାଗଲେ , ବିମାନ ଶିଳ୍ପକୁ ବଡ଼ ଆଶ୍ୱସ୍ତି ମିଳିବ ।
କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ବର୍ଷ ମାର୍ଚ୍ଚ ୨୩ରୁ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ସଂକ୍ରମଣ ସାମାନ୍ୟ କମିବା ପରେ ମେ ୨୫ରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । କିନ୍ତୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାରି ରହିଥିଲା । ତେବେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ବନ୍ଦେ ଭାରତ ମିଶନ ଚଳାଇଥିଲେ କେନ୍ଦ୍ର ସରକାର ।
Restrictions on scheduled international passenger flights to/from India extended till July 31st, 2021: Directorate General of Civil Aviation (DGCA) pic.twitter.com/tYCv5P80Oi
— ANI (@ANI) June 30, 2021