ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ପରଲୋକ
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ପତ୍ନୀଙ୍କ ପରଲୋକ ଘଟିଛି । ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ସୁଶୀଳା ଦେବୀ ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ଚାଲିଥିଲା ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ବିଳମ୍ବିତ ରାତ୍ରରେ ପରଲୋକ ଘଟିଛି।