ଗୁଗୁଲ୍ ଲଞ୍ଚ କଲା ସର୍ଚ୍ଚ କାର୍ଡ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତରେ ଗୁଗୁଲ୍ ପକ୍ଷରୁ ପିପୁଲ୍ କାର୍ଡ୍ସ ଫିଚର୍ସର ସୁବିଧା ଆରମ୍ଭ କରାଯାଇଛି । ଯାହା ୟୁଜର୍ସଙ୍କୁ ପ୍ଲାଟଫର୍ମରେ ନିଜର ଭର୍ଚୁଆଲ୍ ଭିଜିଟିଂ କାର୍ଡ ବନାଇବାରେ ସାହାର୍ଯ୍ୟ କରିବ ।

ପିପୁଲ୍ କାର୍ଡ୍ସ ଫିଚର ସେହି ବ୍ୟକ୍ତିଙ୍କୁ ଖୋଜିବାରେ ସାହାର୍ଯ୍ୟ କରିବେ, ଯାହାଙ୍କୁ ଆପଣ ଖୋଜୁଥିବେ । ଅର୍ଥାତ୍ ଭର୍ଚୁଆଲ୍ ଦୁିନଆରେ ପରସ୍ପରକୁ ଖୋଜିବାରେ ସହାୟକ କରିବ । ଯାହା ଲୋକ ମାନଙ୍କର ଅନଲାଇନ୍ ଉପସ୍ଥିତିକୁ ମଜଭୁତ କରିପାରିବ ।

ଗୁଗୁଲର କହିବା ଅନୁଯାୟୀ, ଏହି ନୂଆ ସୁବିଧା ଲକ୍ଷ ଲକ୍ଷ ଲୋକଙ୍କ ସହ ଫ୍ରିଲାନ୍ସର ଓ ଅନ୍ୟ ଲୋକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଯାହା ଦୁନିଆରେ ଯେ କୌଣସି ଲୋକଙ୍କୁ ଖୋଜିବାରେ ସାହାର୍ଯ୍ୟ କରିବ । ଏଥିରେ ସୁକ୍ୟୁରିଟି ସିଷ୍ଟମ୍ ମଧ୍ୟ ରହିଛି, ଯାହା ଅପମାନ ଜନକ ତଥା ଆପତ୍ତି ଜନକ କମେଣ୍ଟରୁ ସୁରକ୍ଷିତ ରଖିବ ।
କିପରି ବ୍ୟବହାର କରିବେ-

ସର୍ବପ୍ରଥମେ ଗୁଗୁଲ୍ ଆକାଉଣ୍ଟକୁ ସାଇନ୍ ଇନ୍ କରିବାକୁ ପଡିବ ।
ପରେ ନିଜ ନାମକୁ ସର୍ଚ୍ଚ କରିବାକୁ ପଡିବ ।

ଆଡ୍ ମି ଟୁ ସର୍ଚ୍ଚରେ ଯାଇ ସର୍ଚ୍ଚ କରନ୍ତୁ ଏବଂ ଦେଖାଯାଉଥିବା ଲୋକଙ୍କ ପ୍ରାପ୍ଟ ଉପରେ ଟ୍ୟାପ୍ କରନ୍ତୁ ।

ନିଜ ଗୁଗୁଲ୍ ଆକାଉଣ୍ଟରେ ଇମେଜ୍ ସାମିଲ୍ କରନ୍ତୁ

ଏବେ ସେଥିରେ ନିଜ ଡିଟେଲ୍ସ, ନିଜ ୱେବସାଇଟ୍ ଲିଙ୍କ କିମ୍ବା ସୋସିଆଲ୍ ପ୍ରୋଫାଇଲ୍‌. ନିଜ ଫୋନ୍ ନଂ କକିମ୍ବା ଇମେଲ୍ ଆଡ୍ରେସ୍ ଦିଅନ୍ତୁ ।
ଏହି ପରି ଭାବରେ ଗୁଗୁଲ୍ ସର୍ଚ୍ଚରେ ପିପୁଲ୍ କାର୍ଡ କ୍ରିଏଟ୍ କରନ୍ତୁ ।

Leave a Reply

Your email address will not be published. Required fields are marked *