୪ କିଲୋ ସୁନା, ୨୩୫ କିଲୋ ରୁପା ଜବତ

ବ୍ରହ୍ମପୁର, (ଓଡିଶା ଟାଇମ୍) : ବ୍ରହ୍ମପୁରରେ ଦିନକୁ ଦିନ ବଢିଚାଲିଛି ଚୋରା ସୁନା ଓ ରୂପା ଅଳଙ୍କାରର କାରବାର । ଏହିପରିପେକ୍ଷୀରେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ ହୋଇଛି । କାର୍‌ ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ ।

ଖବର ଅନୁଯାୟୀ, ଶନିବାର ଦିନ ବ୍ରହ୍ମପୁରରେ ଏକା କାର୍‌ରୁ ପ୍ରାୟ ୬ କିଲୋ ୧୭୦ ଗ୍ରାମ ସୁନା ଅଳଙ୍କାର ଏବଂ ୨ କ୍ୱିଣ୍ଟାଲ ୩୯ କିଲୋ ରୂପା ଜବତ ହୋଇଛି । ଜବତ ହୋଇଥିବା ସୁନା ତାମିଲନାଡୁରୁ ବ୍ରହ୍ମପୁର ଆସୁଥିବା ବେଳେ ଧରିଛି ପୋଲିସ । ଏକ କାର୍‌ ଜରିଆରେ ଏମାନେ ଆଣିଥିବା ବେଳେ ଧରିଛି ପୋଲିସ । ଗୋଷୀଣୀ ନୂଆଗାଁ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।  ତେବେ ଜବତ ହୋଇଥିବା ସୁନା ଓ ରୁପାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିର ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୋଲିସ ଅନୁସନ୍ଧନା ଜାରି ରଖିଛି ।

 

Leave a Reply

Your email address will not be published.