ଗୋଦରେଜ୍ ପକ୍ଷରୁ ୫ ଷ୍ଟାର୍ ରେଟେଡ୍ ହଟ୍ ୱାସ୍ ଭିତିକ ୱାସିଂ ମେସିନ୍ ଉନ୍ମୋଚିତ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀ ପ୍ରଭାବରେ ସବୁ କିଛିର ବ୍ୟବହାରରେ ପରିବର୍ତନ ହୋଇଥିବା ବେଳେ ପୂର୍ବାପେକ୍ଷା ଅଧିକ ଜିନିଷ ସଫା କରିବାକୁ ପଡ଼ୁଛି । ଏହାର ବର୍ଦ୍ଧିତ ଚାହିଦାକୁ ନଜରରେ ରଖି ଗୋଦରେଜ ପକ୍ଷରୁ ୫ ଷ୍ଟାର୍ ଶକ୍ତି ମିତବ୍ୟୟୀ ଗୋଦରେଜ୍ ୱାସିଂ ମେସିନ୍‌କୁ ଉନ୍ମୋଚନ କରାଯାଇଛି । ଏଥିରେ ୧୨ ନୂଆ ଏସ୍‌କେୟୁ ରହିଛି ଯଥା ଫୁଲି ଅଟୋମେଟିକ୍ ଟପ୍ ଲୋଡିଂ ବର୍ଗରେ ଇଅନ୍ ଆଲ୍ୟୁର, ଇଅନ୍ ଆଲ୍ୟୁର କ୍ଲାସିକ୍‌, ଇଅନ୍ ଅଡ୍ରା ଏବଂ ସେମି ଅଟୋମେଟିକ୍ ବର୍ଗରେ ରହିଛି ଏଜ୍ ଡିଜି ଏବଂ ଏଜ୍ ଅଲ୍‌ଟିମା ଷ୍ଟିଲ୍ ନକ୍ସ ।

ଗୋଦରେଜ୍ ଇଅନ୍ ଜର୍ମ ସିଲ୍‌ଡ ପ୍ରଯୁକ୍ତି ଥିବା ନୂଆ ବର୍ଗର ଗୋଦରେଜ୍ ଇଅନ୍ ଆଲ୍ୟୁର୍ ୱାସିଂ ମେସିନ୍ ଏହାର ସ୍ମାର୍ଟ ୱାସ୍ ଆଲ୍‌ଗୋରିଦମ୍ ଏବଂ ଇନ୍‌-ବିଲ୍‌ଟ ହିଟ୍ ପ୍ରଯୁକ୍ତି ଜରିଆରେ ବହୁତ ଭଲ ସଫା କରିବା ପ୍ରଦର୍ଶନ ପ୍ରଦାନ କରୁଛି ଯାହା ରୋଗ ସୃଷ୍ଟିକାରୀ ୯୯.୯ ପ୍ରତିଶତ ଜୀବାଣୁ ଏବଂ ଭୂତାଣୁକୁ ନଷ୍ଟ କରୁଛି । ପାଂଚ ପ୍ରକାର ରୋଗ ସୃଷ୍ଟିକାରୀ ଜୀବାଣୁ ଏବଂ ୧୨ ପ୍ରକାର ଆଲେର୍ଜନ ଗ୍ରୁପ୍‌କୁ ଏହା ନଷ୍ଟ କରୁଛି ବୋଲି ଏନ୍‌ସିଏଲ୍ ପଞ୍ଜୀକୃତ ଲାବୋରେଟୋରି ସ୍ୱୀକୃତି ପ୍ରଦାନ କରିଛି । ଗୋଦରେଜ୍ ଇଅନ୍ ଆଲ୍ୟୁର୍‌ର ପ୍ରିମିୟମ୍ ମଡେଲ୍‌ରେ ୩ ତାପମାତ୍ରା ମୋଡ୍ ରହିଛି । ତାହା ହେଉଛି ଜର୍ମ ସିଲଡ୍ ମୋଡ୍ ଯାହା ପାଣିକୁ ୬୦ ଡିଗ୍ରି ସେଲ୍‌ସିଅସ୍‌ରେ ଗତମ କରି ୯୯.୯% ଜୀବାଣୁ ଓ ଭୂତାଣୁ ନଷ୍ଟ କରୁଛି । ହିଟ୍‌ମୋଡ୍‌ରେ ପାଣି ୫୫ ଡିଗ୍ରି ସେଲସିଅସ ପର୍ଯ୍ୟନ୍ତ ଗରମ ହେଉଛି ଯାହା ମାଟିକାଦୁଅ ହୋଇଥିବା କପଡ଼ା ସଫା କରିବା ଲାଗି ଉପଯୁକ୍ତ । ୱାର୍ମ ମୋଡ୍‌ରେ ପାଣି ୪୦ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ଗରମ ହେଉଛି ମଧ୍ୟମ ବର୍ଗର ମଇଳା ସଫା କରିବା ଲାଗି ଉପଯୁକ୍ତ । ଇକୋ ମୋଡ୍‌ରେ ପାଣି ବ୍ୟବହାର ପ୍ରାୟ ୪୪ ଲିଟର ହ୍ରାସ ପାଇବ ।

ଏ ସଂପର୍କରେ  କମଲ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଭାରତ ଜନସଂଖ୍ୟାର ଏକ ନିର୍ଦିଷ୍ଟ ଭାଗ ଘରେ ରହି କାମ କରୁଛନ୍ତି ଏବଂ ସେମାନେ ଘରୋଇ ସହାୟକ ଆଣିବାକୁ କୁଣ୍ଠା ପ୍ରକାଶ କରି ନିଜେ ସଫା କରୁଥିବା ଏହି ସହରଗୁଡ଼ିକରେ ୱାସିଂ ମେସିନ୍‌ର ଚାହିଦା ବଢ଼ିଛି । ସ୍ୱଚ୍ଛତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଥିବାରୁ ଛୋଟ ସହର ସମେତ ଦେଶର ବିଭିନ୍ନ ସ୍ଥାନରେ କପଡ଼ା ସଫା କରିବାର ଆବଶ୍ୟକତା ବଢ଼ିଛି । ଭାରତୀୟ ପରିବାର ଏବେବି ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ୱାସିଂ ମେସିନ୍ ସେମାନଙ୍କ କଷ୍ଟକୁ ହାଲୁକା କରିବ । ଆମର ନୂତନ ଭାବେ ଉନ୍ମୋଚିତ ହୋଇଥିବା ୫ ଷ୍ଟାର୍ ୱାସିଂ ମେସିନ୍‌ରେ ରହିଛି ଜର୍ମ ସିଲଡ ପ୍ରଯୁକ୍ତି ଓ ହିଟର୍ ଯାହା ଉଭୟ ଫୁଲି ଅଟୋମେଟିକ୍ ଓ ସେମି ଅଟୋମେଟିକ୍ ୱାସିଂ ମେସିନ୍ କ୍ଷେତ୍ରରେ ମାନ କେନ୍ଦ୍ରିକ ଡିଜାଇନ୍‌ରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର କେନ୍ଦ୍ର ସ୍ଥଳରରେ ରହିଛି ।

ରଜିନ୍ଦର କୌଲ, ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ୱାସିଂ ମେସିନ୍‌, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଅତି ଯତ୍ନ ସହକାରେ ଗ୍ରାହକମାନେ କଣ ଚାହୁଛନ୍ତି ସେହି ନିର୍ଯ୍ୟାସ ହାସଲ କରି ଆମ ଗ୍ରାହକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଅର୍ଥପୂର୍ଣ୍ଣ ପ୍ରଯୁକ୍ତି ଓ ନୂତନତ୍ୱ ଆଣିବା ଲାଗି ଗୋଦରେଜ୍‌ରେ ଆମେ ଉଦ୍ୟମ କରୁଛୁ । ଜର୍ମ ସିଲ୍‌ଡ ପ୍ରଯୁକ୍ତି ଓ ୬୦ ଡିଗ୍ରି ସେଲସିଅସ୍ ହଟ୍ ୱାସ୍ ପ୍ରଯୁକ୍ତିର ଶକ୍ତି ଥିବା ଆମର ନୂତନ ଭାବେ ଉନ୍ମୋଚିତ ହୋଇଥିବା ଗୋଦରେଜ୍ ୱାସିଂ ମେସିନ୍‌ଗୁଡ଼ିକ ଜରିଆରେ ଗ୍ରାହକମାନେ ଉତ୍କୃଷ୍ଟ ଓ ସ୍ୱଚ୍ଛତାର ଅନୁଭୂତି ପାଇବେ ।

Leave a Reply

Your email address will not be published.