ନୟାଗଡରୁ ପୁଣି ଶିଶୁ କନ୍ୟା ନିଖୋଜ, ଗାଁ ଦାଣ୍ଡରୁ ହଠାତ ହୋଇଗଲା ଉଭାନ
ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା ସାମ୍ନାକୁ ଆସିଛି।
ସୂଚନାନୁସାରେ, ନୟାଗଡ ଜିଲା ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟା ଶୁକ୍ରବାର ଅପରାହ୍ନରୁ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଛି । ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା । ସନ୍ଧ୍ୟା ହେବା ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ । ହରପ୍ରିୟା ହଠାତ ଗାଁ ଦାଣ୍ଡରୁ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।