ଖଣ୍ଡଗିରିରୁ ଗଞ୍ଜେଇ ଜବତ,୨ ଇଂଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଖଣ୍ଡଗିରି ଥାନା ପୋଲିସ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କ କାବୁ କରିଛି । ସେମାନଙ୍କ ନିକଟରୁ ୨ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ତେବେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅପରାଧୀ ଇଂଜିନିୟରିଂ ଛାତ୍ର ବୋଲି ଜଣାପଡିଛି ।

ସୂଚନାମୁତବାକ, ଆଜି ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଖଣ୍ଡଗିରି ଥାନା ପୋଲିସ । ଏହାପରେ ପୂର୍ବ ଯୋଜନା ଅନୁସାରେ ପୋଲିସ ଚଢାଉ କରି ଗଞ୍ଜେଇ ସମେତ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଅପରାଧୀ ଇଂଜିନିୟରିଂ ଛାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି । ଦୁଇ ଅଭିଯୁକ୍ତ ଭଦ୍ରକରୁ ଭୁବନେଶ୍ୱର ଆଣି ଗଞ୍ଜେଇ ଚାଲାଣ କରୁଥିଲେ । ତେବେ ପୋଲିସ ଅପରାଧୀଙ୍କ ଭଡା ଘରେ ଚଢାଉ କରି ଗଞ୍ଜେଇ ଜବତ କରିଛି । ୨ ଅପରାଧୀଙ୍କୁ ଅଧିକ ପଚରାଉଚରା ପରେ ଗଞ୍ଜେଇ ଚୋରୋ ଚାଲାଣର ରହସ୍ୟ ଖୋଲିବ ବୋଲି ପୋଲିସ କହିଛି । ସେପଟେ ଦୁଇ ଇଂଜିନିୟରିଂ ଛାତ୍ର ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ନେଇ ଅନ୍ୟ କାହା ସହ ସେମାନଙ୍କର ଯୋଗା ଯୋଗ ରହିଛି ପୋଲିସ ଖୋଳତାଢ ଆରମ୍ଭ କରିଛି । ଏହା ପଛରେ ବଡ ଲିଙ୍କ ରହିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published.