ଏବର୍ଷ ଟ୍ବିନ୍ ସିଟିରେ ହେବନି ଗଣେଶ ପୂଜା
ଭୁବନେଶ୍ବର, (ଓଡିଶା ଟାଇମ୍) : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମରୀ । ଏନେଇ ଚଳିତ ବର୍ଷ ଟ୍ୱିନସିଟିର ମଣ୍ଡପରେ ହୋଇପାରିବନି ଗଣେଶ ପୂଜା । ଉଭୟ କଟକ ଓ ଭୁବନେଶ୍ୱର ପୂଜା ମଣ୍ଡପଗୁଡିକୁ କୌଣସି ଅନୁମତି ମିଳିପାରିବ ନାହିଁ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ କଟକ,ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।