ଗଲୱାନ ଘାଟି ସଂଘର୍ଷକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଲେ ଚୀନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଲଦାଖ ସ୍ଥିତ ଗଲୱାନ ଘାଟିରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଦୁଇ ମାସରୁ ଅଧିକ ସମୟ ବିତିଲାଣି । ଯାହାକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

ଏଭଳି ସମୟରେ ଭାରତରେ ଥିବା ଚୀନ୍ ରାଷ୍ଟ୍ରଦୂତ ସୁନ୍ ୱେଦୋଙ୍ଗ ଗଲୱାନ ଘାଟି ଘଟଣାକୁ ଦୁର୍ଭାଗ୍ୟପୂଣ୍‌ର୍ଣ କହିଛନ୍ତି । ଏପରିକି ସମୃଦ୍ଧଶାଳୀ ଇତିହାସ ଏହି ଘଟଣାକୁ ଅଣଦେଖା କରିବ । ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି।

‘ଚୀନ-ଭାରତ ୟୁଥ୍ ୱେବିନର’ରେ ସେ ପ୍ରକାଶ କରିଛନ୍ତି ଯେ ନିକଟରେ ସୀମାବର୍ତ୍ତୀ ଅଞ୍ଚଳରେ କିଛି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିଲା । ଯାହାକୁ ଚୀନ୍ କିମ୍ବା ଭାରତ ମନେ ରଖିବାକୁ ପସନ୍ଦ କରିବେ । ଏବେ ଆମେ ବିଗୁଡୁଥିବା ପରିସ୍ଥିତିକୁ ଠିକ୍ କରିବା ପାଇଁ ପ୍ରୟାସ କରୁଛୁ ।

ଆହୁରି ମଧ୍ୟ ଗତ ୭୦ ବର୍ଷ ପୂର୍ବେ ଭାରତ ଓ ଚୀନ୍ ମଧ୍ୟରେ ରାଜନୈତିକ ସମ୍ବନ୍ଧର ସ୍ଥାପନା ହେବା ପରେ ଦ୍ୱିପାକ୍ଷିକ ସ୍ତରରେ ଅନେକ ସଂର୍ଘଷ ତଥା ଉତ୍ତେଜନା ଦେଖା ଦେଇଛି । ଗୋଟିଏ ଘଟଣା ପାଇଁ ସମ୍ପର୍କ ବିଗିଡିବା ଉଚିତ୍ ନୁହେଁ । ଏବେକାର ନୂତନ ସମୟରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ କମ୍ କରିବା ବଦଳରେ ବଢାଇବା ଉପରେ ଗୁରୁତ୍ୱାରୋପ ଦେବା ଉଚିତ୍ ।

ଏପରିକି ଚୀନ୍ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ଲାଗି ଉଭୟ ସାମର୍ଥ୍ୟ ଓ ବୁଦ୍ଧି ରହିଛି । ଚୀନ୍ ଭାରତକୁ ଏକ ପ୍ରତିଦ୍ୱନ୍ଦୀ ତଥା ବିପଦ ରୂପେ ଦେଖୁନାହିଁ । ବେଜିଂ ନୂଆଦିଲ୍ଲୀକୁ ଏକ ଅବସର ଭାବେ ଦେଖିଥାଏ । ଏହାଛଡା ପରସ୍ପର ବୁଝାମଣା ଓ ପରାମର୍ଶ ମାଧ୍ୟମରେ ମତଭେଦକୁ ଦୂର କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ପୂର୍ବ ପରି କରିବା ପାଇଁ ପ୍ରୟାସ କରାଯିବ ।

ସେ ଆହୁରି ମଧ୍ୟ ଜୋର୍ ଦେଇ କହିଛନ୍ତି ଯେ ଚୀନ୍ ଓ ଭାରତ ମଧ୍ୟରେ ଆର୍ଥୀକ ସ୍ଥିତି ସୁଦୃଢ ରହିଛି । ଏହାଛଡା ଏହି ଦୁଇ ଦେଶର ଆର୍ଥୀକ ବ୍ୟବସ୍ଥା ପରସ୍ପର ସହ ଯୋଡି ହୋଇ ରହିଛି ।

Leave a Reply

Your email address will not be published.