Skip to content
- ଭୁବନେଶ୍ବର, (ଓଡିଶା ଟାଇମ୍) : ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ପରଠାରୁ କାର୍ଯ୍ୟକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବା ବେଳେ ଶୁକ୍ରବାର ଏଥିରେ ସାମାନ୍ୟ କୋହଳ କରାଯାଇଛି । ଆସନ୍ତାକାଲି ରାତ୍ରକାଳୀନ କମ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କମ୍ପ୍ୟୁ ଲାଗୁ ହେବ । ଏନେଇ ସ୍ଵତନ୍ନ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

- କାରେଣ୍ଟାଇନ୍ ସେଣ୍ଟରରେ ମିଳିଲାନି ଜାଗା , ଶ୍ମଶାନରେ ମୁଣ୍ଡ … କରୋନା ମହାମାରୀର କୋପକୁ ଦେଖୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଉଛି । ଏବେ ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଯ୍ୟ ଜାରି ହେଉଛି । ଏହି ସମୟରେ ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । କିନ୍ତୁ ଶୁକ୍ରବାର ଏହି କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିଥିବାରୁ ରାଜ୍ୟବାସୀ ଆଶ୍ବସ୍ତ ହୋଇଛନ୍ତି । ଆସନ୍ତା ରବିବାରଠାରୁ ରଜ ଆରମ୍ଭ ହୋଇଯାଉଥିବା ବେଳେ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲାରେ ଲାଗୁ ହେଉଛି ଶଟଡାଉନ୍ କଟକଣା । ଏହାକୁ ଦୃଷ୍ଟିରେ ରଖୁ ଶୁକ୍ରବାର କହିଂ କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରାଯାଇଥିବା ଜଣାଯାଇଛି ।