(ଭାଗ-୭) କିଏ, ସେହି ଅମୁକ ଡ୍ୟାସ୍ ? (କ୍ରମଶଃ…

Bhubaneswar: ଭିତରେ କିଏ… ନାଁ, ମୁ, କଦଳୀ ଖାଇନି । ହଁ, ଆଜ୍ଞା, ଏବେ ଏମିତି ସ୍ଥିତି ବା ଅବସ୍ଥାରେ ଆସି ପହଞ୍ଚି ଗଲେଣି ଅମୁକ ଡ୍ୟାସ୍, ତାଙ୍କ Immediade Boss । ମାଆ ଜାଣେ ବାପ, ମନ ଜାଣେ ପାପ ଭଳି, ଅମୁକ ଡ୍ୟାସ୍ ଓ ତାଙ୍କ Immediate Boss, ଏବେ ନା ଏ କୁଳର ନା ସେ କୁଳର ।…
ପୂର୍ବ ସଂସ୍ଥା ନାଁରେ ଜାଲିଆତି, ପୂର୍ବ ସଂସ୍ଥା ମୁଖ୍ୟଙ୍କ ଦସ୍ତଖତ ଜାଲିଆତି, ଯେତେବେଳେ ଓଡ଼ିଶା ମିଡିଆ ମାର୍କେଟରେ ଡିବି ଡିବି ହୋଇ ବାଜୁଛି, ସେତେବେଳେ ନା ଅମୁକ ଡ୍ୟାସ୍, ନା ତାଙ୍କ Immediate Boss, ମୁହଁ ଦେଖାଇବାକୁ ଥଳ-କୂଳ ପାଉଛନ୍ତି ! ଚୋର ମୁହଁ ଟାଣ ଭଳି, କେବଳ ଦିନ ଗଡ଼ାଇ ଚାଲିଛନ୍ତି । ବାଘ ଛାଲ ପିନ୍ଧା ଗଧିଆ, ନିଜେ ଏହି ତରିକା ଦେଇ…, ତା’ ପୂର୍ବ ସଂସ୍ଥା ବିରୋଧରେ ବେଇମାନି ଓ ବିଶ୍ବାସଘାତକତା କରି ବର୍ତ୍ତମାନର ସଂସ୍ଥାରେ ଯୋଗ ଦେଇଥିବା ବେଳେ, ସେହି ସମାନ ତରିକା ଓ Propaganda Appointment ଜରିଆରେ ତା ପାଦଚଟା ଅମୁକ ଡ୍ୟାସକୁ ଆଣିବାରେ ସଫଳ ହୋଇଛି ।

ଅନ୍ୟତମ ପାଦଚଟା ନୀରିହ ନଣ୍ଡାକୁ ମଧ୍ୟ ସମାନ ତରିକାରେ ଅଦିନିଆ Salary Hike କରାଇବାରେ ସକ୍ଷମ ହୋଇଛି । କିନ୍ତୁ କିଏ ଜାଣିଥିଲା, ବିଲେଇ ଠେକି ଭିତରେ ମୁହଁ ପୂରାଇ ଦୁଧ ପିଇଲା ବେଳେ ସିନା, ନିଜେ ବାହାର ଦୁନିଆକୁ ଦେଖିପାରିନି, କିନ୍ତୁ ବାହାର ଦୁନିଆ ତାକୁ ପୂରା ଦେଖୁଥିଲା, ଯାହା ଅମୁକ ଡ୍ୟାସ୍ ଓ ତାଙ୍କ Immediate Boss ପାଇଁ ସମ୍ପୂର୍ଣ୍ଣ ଅଜଣା ଥିଲା । ଜୀବନଟା ଯାକ Parasite ହୋଇ ବଞ୍ଚି ଆସିଥିବା ଅମୁକ ଡ୍ୟାସଙ୍କ ବର୍ତ୍ତମାନର Boss, ନିଜକୁ ବଞ୍ଚାଇବ ନା ନିଜ ସ୍ଥିତିକୁ ବଞ୍ଚାଇବ, ସେହି ଚିନ୍ତାରେ ସେ ଘରୁ ବାହାରି ପାରୁନି । ସେପଟେ ଅମୁକ ଡ୍ୟାସ୍ ମଧ୍ୟ ଚିନ୍ତାରେ । ଯୁଆଡ଼େ ଗଲେ, ଯାହା ପାଖକୁ ଗଲେ, ସେହି ସମାନ ପ୍ରଶ୍ନ…
‘ତୁମେ ସେହି ଅମୁକ ଡ୍ୟାସ୍’ ? …
‘ତୁମେ, ତୁମ ପୂର୍ବ ସଂସ୍ଥା ବିରୋଧରେ ଜାଲିଆତି କରିଛ’ ? …
‘ତୁମେ, ତୁମ, ପୂର୍ବ ସଂସ୍ଥା ମୁଖ୍ୟଙ୍କ ଦସ୍ତଖତ ଜାଲିଆତି କରିଛ’ ? …
ପୁଣି, ‘ ତୁମ ବିରୋଧରେ ଥାନାରେ, ଜଣେ ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ମାମଲା ରହିଛି’ ? …
ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ନା ଅମୁକ ଡ୍ୟାସ୍ ସକ୍ଷମ ନା ତା ଇମିଡିଏଟ୍ ବସ୍ !
କାରଣ, ଅମୁକ ଡ୍ୟାସର Immediate Boss ବି ସେହି ସମାନ ଶ୍ରେଣୀର । କାରଣ, ତାଙ୍କ ବିରୋଧରେ ମଧ୍ୟ ଏମିତି ଏକ ମାମଲା ବି ବହୁଦିନ ହେବ ପଡ଼ି ରହିଛି । ସଂପୃକ୍ତ ପୀଡ଼ିତା, ବେଳେ ବେଳେ ସୋସିଆଲ୍ ସାଇଟରେ, ତାଙ୍କ ପ୍ରତି ହୋଇଥିବା ପ୍ରତାରଣାକୁ ନେଇ, ସମୟେ ସମୟେ ଏମିତି କିଛି ପ୍ରତିକ୍ରିୟା ରଖିଥିବାର ଏବଂ ରଖୁଥିବାର ନଜିର ରହିଛି ।
ଛାଡ଼ନ୍ତୁ ସେ କଥା, ଠିକଣା ସମୟରେ ସେସବୁ ପ୍ରସଙ୍ଗ ଉଠିବ । ହେଲେ ବର୍ତ୍ତମାନର ପ୍ରସଙ୍ଗ ଉଭୟ ଅମୁକ ଡ୍ୟାସ୍ ଓ ତାଙ୍କ Immediate Bossଙ୍କ ପିଳେହି ପାଣି କରିଦେଲାଣି ।
ନିଯୁକ୍ତି ଜାଲିଆତି ନେଇ ଥାର୍ଡ ପାର୍ଟି ସଂସ୍ଥାର ସୂଚନା ଏବଂ ସେହି ସୂଚନା ଉପରେ, ଅମୁକ ଡ୍ୟାସଙ୍କ ବର୍ତ୍ତମାନର ସଂସ୍ଥାକୁ, ତାଙ୍କ ପୂର୍ବ ସଂସ୍ଥାର Feed Back, ଉଭୟ ଅମୁକ ଡ୍ୟାସ୍ ଓ ତାଙ୍କ Immediate Bossଙ୍କ ନିଦ ହଜାଇ ଦେଇଛି । Mail ପରେ Mail, Notice ପରେ Notice… Explanation ପରେ Explanation… କିଛି ବି ଅମୁକ ଡ୍ୟାସଙ୍କ ବର୍ତ୍ତମାନର ସଂସ୍ଥାର Central HRକୁ ସନ୍ତୁଷ୍ଟ କରିପାରୁନି ।
ତେଣୁ ଏଭଳି ସ୍ଥିତିରେ ଅମୁକ ଡ୍ୟାସ୍ ଏବଂ ତାଙ୍କ Immediate Boss ଉଭୟ, ଆଇନର ଜାଲରେ ଛନ୍ଦି ହେବା ଏକ ପ୍ରକାର ଥୟ । କାରଣ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୫/୩୩୬ (ଦସ୍ତଖତ ଜାଲିଆତି) ଏବଂ ଧାରା ୩୪୦ (ଡକ୍ୟୁମେଣ୍ଟ ଜାଲିଆତି)ରେ ଫସିବାକୁ ଯାଉଛନ୍ତି ଅମୁକ ଡ୍ୟାସ୍ । ଏଥି ସହିତ ବର୍ତ୍ତମାନର ସଂସ୍ଥାକୁ ଭୁଲ ତଥ୍ୟ ଦେଇ, ସେଥିରେ ଯୋଗ ଦେଇଥିବା ଅଭିଯୋଗରେ ସେହି ଭାରତୀୟ ନ୍ୟାୟ ସଂହିତାର ଧାରା ୨୪୦ରେ ଛନ୍ଦି ହେବାକୁ ଯାଉଛନ୍ତି । (ଏହି ମାମଲାରେ ଅତି କମରେ ୨ ବର୍ଷ ଜେଲ୍ ସହ ଜରିମାନାର ବ୍ୟବସ୍ଥା ରହିଛି) । ଛଣବନ୍ଧା ଖବରର ଖଡ଼ି ରଙ୍ଗ ଚାଲିଛି, ଖୁବ ଶୀଘ୍ର ରଙ୍ଗ ଦିଆଯିବ ଏବଂ ଚକ୍ଷୁଦାନ ମଧ୍ୟ ।
(କ୍ରମଶଃ…

Leave a Reply

Your email address will not be published. Required fields are marked *