ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା
ଭୁବନେଶ୍ବର, (ଓଡିଶା ଟାଇମ୍) : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ଜେଲ କର୍ତୃପକ୍ଷ ତୁରନ୍ତ ଅନୁପ ସାଏଙ୍କୁ ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଜଟିଳ ପରେ ରାୟଗଡ ସ୍ଥିତ ଫାର୍ଟିସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା ।
ଗତ ଫେବୃୟାରୀ ୧୨ ତାରିଖରେ ଏକ ଡବଲ ମର୍ଡର ମାମାଲାରେ ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢେଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ।