ଆରପାରିରେ ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାର ରେଢାଖୋଲ ବିଧାନସଭାର ପୂର୍ବତନ ବିଧାୟକ ତଥା ସମ୍ବଲପୁର ଭତରାସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ଅଭିମନ୍ୟୁ କୁମାରଙ୍କ ପରଲୋକ। ରବିବାର  କଂଗ୍ରେସର ଏହି ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ ହୋଇଯାଇଛି । ରେଢ଼ାଖୋଲ ବିଧାନସଭାରୁ ଚାରି  ଥର  ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଯଥାକ୍ରମେ ୧୯୭୧, ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କିଛିଦିନ ହେବ ଅସୁସ୍ଥ ଥିଲେ। ସେ ୧୯୨୮ ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ସେ ବାର୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ । ସେ ୧୯୨୮ ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ବ୍ୟକ୍ତି ତାଙ୍କ ଭତରା ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଦାଞ୍ଚଳି ଜ୍ଞାପନ କରିଥିଲେ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର କାଯ୍ୟକତ୍ତାଙ୍କ ସମେତ ବିଧାୟକ ନାଉରି ନାଏକ, ଜୟନାରାୟଣ ମିଶ୍ର, ରୋହିତ ପୁଜାରିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *