‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’ ବୋଲି କହିଲେ ପୂର୍ବତନ ମ୍ୟାନେଜର ଅଙ୍କିତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏଭଳି ସମୟରେ ତାଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
ସୁଶାନ୍ତ କୌଣସି ପରିସ୍ଥିତିରେ ବି ଆତ୍ମହତ୍ୟା କରି ପାରିବେନି । ତାଙ୍କୁ ତାଙ୍କ କର୍ମଚାରୀମାନେ ହତ୍ୟା କରିଛନ୍ତି ବୋଲି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ ନିଜ ବୟାନରେ କହିଛନ୍ତି ।
ପୂର୍ବରୁ ଏହି ମାମଲାରେ ତାଙ୍କ ସାଙ୍ଗ ଗଣେଷ ହିବରକର କହିଛନ୍ତି ସୁଶାନ୍ତ କେବେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।
ଯାହାପରେ ମନି ଲଣ୍ଡରିଂ ମାମଲାରେ ମଧ୍ୟ ରିୟା ଓ ତାଙ୍କ ପରିବାରର ସଦସ୍ୟ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ।
ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ସମ୍ଭାଳୁଥିବା ବେଳେ ରିୟା ଓ ତାଙ୍କ ପରିବାର ସମେତ ୬ ଜଣଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରୀ, ପ୍ରତାରଣା ଓ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।