ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ । ଓଡ଼ିଆ ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ବସିଥିବାର ଦେଖିବାକୁ ମିଳିଛି ।

ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଦିନ ମହାଲେଖା ଅଧିକାରୀ (ସିଏଜି) ନିଯୁକ୍ତ କରାଯାଇଥିଲା। ଯେଉଁ ଦିନ ସରକାର ମୁର୍ମୁଙ୍କୁ ସିଏଜି ନିଯୁକ୍ତ କରିଛନ୍ତି । ଗତବର୍ଷ ଠିକ୍ ସେହି ଦିନ ଭାରତ ସରକାର ଜମ୍ମୁ-କାଶ୍ମୀରକୁ ସମ୍ବିଧାନର ୩୭୦ ଧାରାରୁ ମୁକ୍ତ କରିବା ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ନାମରେ ଦୁଇ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିଥିଲେ।

Leave a Reply

Your email address will not be published.