ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଦଣ୍ଡ ଭୋଗି ଶୁକ୍ରବାର ଦିଲ୍ଲୀ ତିହାର ଜେଲରୁ ମୁକୁଳିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲା। ଦଣ୍ଡର ଅବଧି ଶେଷ ହେବା ପରେ ଓମ ପ୍ରକାଶ ଚୌଟାଲା ଜେଲରୁ ବାହାରକୁ ଆସିଥିବା ଜେଲ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଓମ୍ ପ୍ରକାଶ ଚୌଟାଲା ୨୦୧୩ ମସିହାରେ ଜେବିଟି ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୨୦ ମାର୍ଚ୍ଚ ୨୬ରୁ କୋଭିଡ-୧୯ ପ୍ୟାରୋଲରେ ଜେଲରୁ ବାହାରେ ଥିଲେ ଓମ୍ ପ୍ରକାଶ। ୨୦୨୧ ଫେବ୍ରୁଆରି ୨୧ରେ ତାଙ୍କୁ ଆତ୍ମସର୍ମପଣ କରିବାର ଥିଲା। କିନ୍ତୁ ହାଇକୋର୍ଟ ପ୍ୟାରୋଲର ଅବଧିକୁ ବୃଦ୍ଧି କରି ଦେଇଥିଲେ। ଏହାପରେ ଆଜି ୯.୩୦ରେ ଓମ୍ ପ୍ରକାଶ ତିହାର ଜେଲ ପହଞ୍ଚିଥିଲେ। ସେଠାରେ ତାଙ୍କର ଜେଲରୁ ମୁକୁଳିବାର କାଗଜ ପତ୍ର କାମର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ସେ ଜେଲରୁ ବାହାରକୁ ଆସିଥିଲେ। ଏହି ସମୟରେ ତାଙ୍କ ନାତି କର୍ଣ୍ଣ ଚୌତାଲ ତାଙ୍କ ସହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *