କରୋନାରେ କଂଗ୍ରେସର ବରିଷ୍ଠ ନେତା ନନ୍ଦି ୟେଲାଇ ମୃତ

ହାଇଦ୍ରାବାଦ, (ଓଡିଶା ଟାଇମ୍): କରୋନା ସଂକ୍ରମଣରେ ଭେଟେରାନ୍ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ନନ୍ଦି ୟେଲାଇଙ୍କର ଶନିବାର ଦିନ ତେଲେଙ୍ଗାନାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି ।

୬ ଥର ଲୋକସଭା ଏବଂ ୨ ଥର ରାଜ୍ୟସଭା ସଦସ୍ୟ ରହିଥିବା ନନ୍ଦି ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ଗତ ଜୁଲାଇ ୨୯ ତାରିଖରେ ଚିକିତ୍ସା ପାଇଁ ନିଜାମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ନିମ୍ସ)  ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚିକିôସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସେ ୧୯୪୨ ମସିହା ଜୁଲାଇ ୧ ତାରିଖରେ ହାଇଦ୍ରାବାଦର ଭୋଲକପୁରରେ ଜନ୍ମଗ୍ରହଣ କରିଥିଲେ ।
ଆହୁରି ମଧ୍ୟ ଏହି ରାଜନେତା ଜଣକ ସିଡିପେଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ଏବଂ ନଗରକୁରନୂଲ ନିର୍ବାଚନ ମଣ୍ଡଳୀରୁ ଥରେ ନିର୍ବାଚିତ ହୋଇଥିଲେ ।

ସେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ। ଏପରିକି ସେ ତେଲେଙ୍ଗାନାରୁ ରାଜ୍ୟସଭାକୁ ଯିବା ପାଇଁ ମନୋନୀତ ହୋଇଥିଲେ । ଏହାବ୍ୟତିତ ସେ କଂଗ୍ରେସ ପାର୍ଟିର ଉପ-ସଭାପତି ଭାବେ ମଧ୍ୟ କାର୍ଯ୍ୟ ଭାର ଗ୍ରହଣ କରିଥିଲେ।

ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

 

Leave a Reply

Your email address will not be published. Required fields are marked *