କରତକଳ ଉପରେ ବନବିଭାଗର ଚଢ଼ାଉ
ଖୁର୍ଦ୍ଧା, (ଓଡିଶା ଟାଇମ୍) :ବେଆଇନ୍ କରତକଳ ଉପରେ ଫରେଷ୍ଟ ଡିଭିଜନ ପକ୍ଷରୁ ଚଢାଉ । ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଧାନହରା ଛକ ଏବଂ ଡେଙ୍ଗ ଗ୍ରାମରେ ଥିବା ଦୁଇଟି କରତକଳ ଉପରେ ଚଢାଉ କରାଯାଇଛି । ଧାନହରା ଥିବା କରତକଳ ଚଢାଉରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଶଂ ଜବତ ହୋଇଛି ।
ଏହା ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ମଧ୍ୟ ଜବତ କରିଛି ଭିଜିଲାନ୍ସ ଫରେଷ୍ଟ ଡିଭିଜନ । ଚଢାଉ ସମୟରେ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୧୦୦ ଜଣ କର୍ମଚାରୀ ଚଢ଼ାଉରେ ନିୟୋଜିତ ହୋଇଛନ୍ତି।