ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ କିନ୍ତୁ ଲାଲୁଙ୍କୁ ଝଟକା, ୨୭ ଯାଏ ରହିବେ ଜେଲରେ
ବିହାର, (ଓଡିଶା ଟାଇମ୍) :ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି । ୨୭ ନଭେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି।
ଡୁମକା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡିତ କରାଯାଇଛି। ଏହି ମାମଲାର ଶୁଣାଣି ସ୍ଥଗିତ ରହିଛି। ତେବେ ମାମଲାରେ ଲାଲୁ ଅଧାରୁ ଅଧିକ ଜେଲଦଣ୍ଡ ଭୋଗ କରିଥିବାରୁ ଏବେ ତାଙ୍କୁ ଜାମିନ ଦେବା ପାଇଁ ତାଙ୍କ ଓକିଲ ଆବେଦନ କରିଛନ୍ତି।
ଶୁଣାଣି ପୂର୍ବରୁ ଲାଲୁ ଯାଦବଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି ଯେ ମୋଟ ଦଣ୍ଡର ଅଧା କଟାଯାଇଥିବା ଦର୍ଶାଇ ଜାମିନ ଆବେଦନ କରାଯାଇଛି। ଗତ ମାସରେ ଚାରା ଘୋଟାଲା ସହ ଜଡିତ ଚାଇବାସା ଟ୍ରେଜେରୀରୁ ବେଆଇନ ପ୍ରତ୍ୟାହାର ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ ।
ଡୁମକା ଟ୍ରେଜେରୀରୁ କୋଟି କୋଟି ଟଙ୍କା ବେଆଇନ ପ୍ରତ୍ୟାହାର ଅଭିଯୋଗରେ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚି ସିବିଆଇ ସ୍ୱତନ୍ତ୍ର କୋର୍ଟ ୭ ବର୍ଷ ଦଣ୍ଡିତ କରିଛନ୍ତି। କୋର୍ଟଙ୍କ ଦ୍ୱାରା ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଜରିମାନା କରାଯାଇଥିଲା। ତିନୋଟି ଜାଲିଆତି ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରାଯାଇଛି।