ମୁଣ୍ଡୁଳିରେ ୧୦ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଆଉ ଭୟଭୀତ ହେବାର ନାହିଁ । ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧିରେଧିରେ କମିବାକୁ ଲାଗିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ ଲାଗିଛି । ଗେଟ୍ ଖୋଲାଯିବା ପରେ ମୁଣ୍ଡୁଳିରେ ୧୦ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡୁଳି ବନ୍ୟା ଜଳ ସମୁଦ୍ରରେ ପହଞ୍ଚିବାକୁ ୧୨ରୁ ୧୫ ଘଣ୍ଟା ଲାଗିବ । ଲଘୁଚାପ ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ନଦୀରେ ସୁଧାର ଆସିଛି । ଏହି ସବୁ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ରେଙ୍ଗାଳି ଡ୍ୟାମର ୪ଟିରୁ ୩ଟି ଗେଟ୍ ବନ୍ଦ କରାଯାଇଛି ।

ହୀରାକୁଦର ୪୬ଟି ଗେଟ୍ ଖୋଲା ହୋଇଛି ଓ ଆଉ ୨ଟି ଖୋଲାଯାଇ ପାରେ । ହୀରାକୁଦକୁ ୮ଲକ୍ଷରୁ ଅଧିକ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୭ଲକ୍ଷ ୬୫ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ଟି ଘାଇ ହୋଇଛି । ୩୨ଟି ଘାଇ ମଧ୍ୟରୁ ଯାଜପୁରରେ କେବଳ ୨୪ଟି ଘାଇ ଓ ମହାନଦୀ ସିଷ୍ଟମରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ତେଣୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ୬ଜିଲ୍ଲା ଗୁଡ଼ିକ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ । ବିଭିନ୍ନ ଅଞ୍ଚଳରେ ଥିବା ୫୦୦ଟି ଘଳିଆକୁ ମରାମତି କରାଯାଇଛି ।

Leave a Reply

Your email address will not be published.