ଲଗାଣ ବର୍ଷାରେ ବେହାଲ ମାଲକାନଗିରି
ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରି କିଛି ପୋଲ ଉପରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ଲାଗିଛି ।
ମାଲକାନଗିରି ଜିଲ୍ଲାର ପୋଟେରୁ, କାଙ୍କୁରୁକୋଣ୍ଡା, ଏମ.ଭି.96, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ ରାଜ୍ୟ ରାଜପଥର ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।