ପୁରୀରେ ବନ୍ୟାସ୍ଥିତି ମୁକାବିଲା ନେଇ ବୈଠକ
ଭୁବନେଶ୍ୱର, (ଓଡିଶା ଟାଇମ) : ଗତ କିଛିଦିନ ଧରି ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିବା ଫଳରେ ରାଜ୍ୟର ବିଭିର୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ତେବେ ବିଗତ ବର୍ଷରେ ରାଜ୍ୟରେ ବନ୍ୟାପରିସ୍ଥିତି ଦ୍ୱାରା ଅଧିକ କ୍ଷୟକ୍ଷତି ହେଉଥିବା ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଡେପୁଟି ଚେୟାରମ୍ୟାନଙ୍କ ଅଧକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ଭାର୍ଗବୀ, ଦୟା, ମକରା, ଲୁଣା ଓ ରତ୍ନଚିରା ଆଦି ପ୍ରମୁଖ ନଦୀ ମହାନଦୀ ସିଷ୍ଟମରୁ ୫ ଲକ୍ଷ କ୍ୟୁସେକ ଜଳ ଗ୍ରହଣ କରିବାକୁ ଥିବା ବେଳେ ଅନ୍ୟପକ୍ଷେ ଏହି ନଦୀଗୁଡିକ ଦ୍ଵାରା ପୁନଃଶ୍ଚ ଚିଲିକା ସିଷ୍ଟମ ଦ୍ୱାରା ଏହି ଜଳ ନିଷ୍କାସିତ ହୋଇ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ଏଣୁ ଏଥି ପାଇଁ ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ ଓ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଏହି ବୈଠକରେ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ଅନ୍ୟପକ୍ଷେ ଜିଲ୍ଲାରେ ଜେ କୌଣସି ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।