କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣ ରହିଥିବାବେଳେ ଗଜପତି ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ଗଜପତି ଜିଲାର ମୃତକ ଜଣକ ୭୨ବର୍ଷୀୟ ପୁରୁଏ ଏବଂ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ରକ୍ତନଳୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଗଞ୍ଜାମ ଜିଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟା ମହିଳା ଏବଂ ୬୧ ଓ ୬୦ ବର୍ଷୀୟ ୨ ଜଣ ପୁରୁଷ ରହିଛନ୍ତି। ମହିଳା ଜଣକ ମଧୁମେହ ଏବଂ ହାଇଡ୍ରୋନେଫ୍ରୋସିସ୍‌ ​ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ୬୧ ବର୍ଷୀୟ ମୃତକ ଜଣକ ମଧୁମେହ ଏବଂ ୬୦ ବର୍ଷୀୟ ପୁରୁଣ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ କନ୍ଧମାଳ ଜିଲାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣେ ୮୬ ବର୍ଷୀୟ ବୃଦ୍ଧ। ସେ ମଧୁମେହ ଏବଂ ଫୁସଫୁସ ରୋଗରେ ଆକ୍ରାନ୍ତ ଥିଲେ।

Leave a Reply

Your email address will not be published.