ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଘଟଣା, ଆଜି ଆଉ ଜଣେ ଝିଅର ମୃତ

ଝାରସୁଗୁଡା, (ଓଡିଶା ଟାଇମ୍) : ଝାରସୁଗୁଡା ସହର ନିକଟବର୍ତ୍ତୀ ଲହଣ୍ଡାବୁଡ଼ରେ ସମୂହ ଆତ୍ମହତ୍ୟା ଘଟଣାରେ ଆଜି ଆଉ ଜଣେ ଝିଅର ମୃତ୍ୟୁ ହୋଇଛି।ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ବନ୍ଦିତା ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।ଫଳରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ପରିବାରର ଜଣେ ମାତ୍ର ଝିଅ ଲିଲି ବିଶ୍ବାଳ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛି।ଗତକାଲି ଗୋଟିଏ ଜୁଇରେ ଜଳିଥିଲେ ପରିବାରର୪ ଜଣଙ୍କ ସଦସ୍ୟଙ୍କ ଶବ।ନିଜ ପରିବାର ବନ୍ଧୁ ପ୍ରିୟଜନଙ୍କ ଅନୁପସ୍ଥିତରେ ଅଚିହ୍ନା ଅଜଣା ସ୍ବେଛାସେବୀଙ୍କ ଦ୍ଵାରା ବିଟିଏମ କଲୋନୀର ସ୍ମଶାନ ଘାଟରେ ମା, ଦୁଇପୁତ୍ର ଓ ସାନ ଝିଅ ପିଙ୍କିଙ୍କ ମର ଶରୀରକୁ ଦାହ କରାଯାଇଥିଲା।

ବୁଧବାର ବଡ଼ପୁଅ ଶ୍ରୀକାନ୍ତ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ମା ପୁଷ୍ପାଞ୍ଜଳି ବିଶ୍ବାଳ,ସାନ ଝିଅ ପିଙ୍କି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।ଗତ ସୋମବାର ବିଳମ୍ବିତ ରାତିରେ ୨୦୧୮ ମସିହାରେ ଦୁର୍ଘଟଣାର ଶିକାର ହୋଇ ୨ ବର୍ଷ କୋମାରେ ରହି ସାନଭାଇ ଦୀପକ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ସାନ ଭାଇର ମୃତ୍ୟୁରେ ଦୁଃଖ ସହି ନ ପାରି ମା,୩ ଭଉଣୀ ଓ ବଡ଼ ଭାଇ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସମସ୍ତ ଅସୁସ୍ଥଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ସେମାନଙ୍କ ମଧ୍ୟରୁ ଗୋଟିଏ ଭଉଣୀ ଲିଲିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମଙ୍ଗଳବାର ସକାଳୁ ବୁର୍ଲା ପଠାଇ ଦିଆଯାଇଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ ଦୀପକ ଓ ଶ୍ରୀକାନ୍ତର ଶବ ସତ୍କାର କରାଯାଇ ପାରି ନଥିବା ବେଳେ ଆଜି ଆଉ ମା ଓ ଝିଅଙ୍କ ମୃତ୍ୟୁ ପରେ ୪ଟି ଶବକୁ କିଭଳି ସତ୍କାର କରାଯିବ ତାହା ବଡ ପ୍ରଶ୍ନ ଭାବେ ଉଭା ହୋଇଥିବା ବେଳେ ସାମ୍ନାକୁ ଆସିଥିଲେ ମୃତକଙ୍କ ସାଙ୍ଗ ଓ ଆଳୀୟ ଖଣ୍ଡାୟତ ସମାଜ। ତେବେ ଅନ୍ୟ ଜଣେ ଭଉଣୀ ସଂକଟାପନ୍ନ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published.