ଭାରତର ପ୍ରଥମ ବିଶ୍ୱଶ୍ରେଣୀୟ ରେଳଷ୍ଟେସନ ଉଦଘାଟିତ

ଭୋପାଳ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଦେଶର ପ୍ରଥମ ବିଶ୍ୱଶ୍ରେଣୀର ରେଳଷ୍ଟେସନକୁ ଉଦଘାଟନ କରିଛନ୍ତି । ଗୋଣ୍ଡ ସାମ୍ରାଜ୍ୟର ରାଣୀ କମଳାପତିଙ୍କ ନାମରେ ଏହି ଷ୍ଟେସନର ନାମକରଣ କରାଯାଇଛି । ପୂର୍ବରୁ ଏହା ହବିବଗଞ୍ଜ ଷ୍ଟେସନ ନାମରେ ପରିଚିତ ଥିବାବେଳେ ତାହାର ସମ୍ପୂର୍ଣ୍ଣ ନବିକରଣ କରାଯାଇ ଷ୍ଟେସନରେ ଆନ୍ତର୍ଜାତିକ ବିମାନ ବନ୍ଦର ଅନରୂପ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ମଧ୍ୟପ୍ରଦେଶରେ ଅନ୍ୟାନ୍ୟ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଷ୍ଟେସନରେ ବିଶାଳ ଆଚ୍ଛାଦିନ ପାର୍କିଂ ସ୍ଥଳ, ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ, ଶୀତତାପ ନିୟନ୍ତ୍ରଣ ବସିବା ବ୍ୟବସ୍ଥା, କାର୍ଯ୍ୟାଳୟ, ଦୋକାନ, ଯନ୍ତ୍ରଚାଳିତ ସିଡି, ଲିଫ୍ଟ, ଯାନବାହନ ସୋ ରୁମ୍‍, ସମ୍ମିଳନୀ ସ୍ଥଳ, ହେଟେଲ ଏବଂ ସୁପର ସ୍ପେଶାଲିଟି ଡାକ୍ତରଖାନା ଆଦି ରହିଛି । ଏହା ଯାତ୍ରୀଙ୍କୁ ଏକ ବିମାନ ବନ୍ଦର ଭଳି ସମସ୍ତ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ସୁଯୋଗ ପ୍ରଦାନ କରିବ । ଏହାର ନବିକରଣରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ତିନିବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହାକୁ ଏକ ସବୁଜ କୋଠା ଭାବରେ ଡିଜାଇନ କରାଯାଇଛି ଏବଂ ଭିନ୍ନକ୍ଷମମାନେ ଯେଭଳି ସହଜରେ ଏହି ଷ୍ଟେସନ ବ୍ୟବହାର କରିପାରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *