ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
କଟକ, (ଓଡିଶା ଟାଇମ୍) : କଟକ ମୁଣ୍ଡଳୀରେ ମହାନଦୀର ଏ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଥିବାବେଳେ ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ହୀରାକୁଦର ୧୫ ଗେଟ୍ ଖୋଲାଯିବା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ଆଜି ମୁଣ୍ଡଳୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି ।
ଆଜି ସକାଳ ୯ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ବ୍ୟାରେଜର ଉପମୁଣ୍ଡରେ ଜଳସ୍ତର ୮୧.୫୦ ଫୁଟ୍ ଓ ତଳମୁଣ୍ଡରେ ୭୮.୫୦ ଫୁଟ ରହିଛି । ଏଠାରେ ବିପଦ ସଙ୍କେତ ରହିଛି ୯୭ ଫୁଟ୍ ।
ତେବେ ନିଷ୍କାସିତ ଜଳର ପରିମାଣ ବହୁତ କମ ଥିବାରୁ ଏବଂ ମହାନଦୀ ଶୁଖିଲା ଥିବାରୁ ଏହାର ସେମିତି କୌଣସି ପ୍ରଭାବ ଦେଖାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।