କରୋନାକୁ ବର୍ଷେ: ଆଜି ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟକୁ ମହାମାରୀ କରୋନା ପ୍ରବେଶ କରିବାର ବର୍ଷେ ପୁରିଛି। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ଯୁବକ ଇଟାଲୀରୁ ଦିଲ୍ଲୀ ହୋଇ ମାର୍ଚ୍ଚ ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମାର୍ଚ୍ଚ ୧୪ରେ ସେ ନିଜ ଆଡୁ କରୋନା ଟେଷ୍ଟ କରାଇଥିଲେ ଓ ମାର୍ଚ୍ଚ ୧୫ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଅନେକ ସାମାଜିକ କଟକଣାରେ ରହିବା ସହ ସାମାଜିକ ବିଦ୍ୱେଷର ସାମ୍ନା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ତେବେ ତାଙ୍କ ଦ୍ୱାରା ଅନେକ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ମିଛରେ ଖବର ପ୍ରଚାର କରାଗଲା ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ବିପଦ ଟଳିନି। ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜିରୋ ସଂକ୍ରମଣ ଟାର୍ଗେଟ ଦେଇଥିବାରୁ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ବଢୁଥିବାରୁ ଏହି ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି।

ଏୟାରପୋର୍ଟ ଓ ରେଲ୍‌ୱେ ଷ୍ଟେସନରେ ଯାଞ୍ଚ ହେବା ସହ ସନ୍ଦିଗ୍ଧମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି। ବିଭିନ୍ନ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହରାଷ୍ଟ୍ରରେ ଅବସ୍ଥା ସଙ୍ଗୀନ ଥିବାରୁ ମୁମ୍ବାଇରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ୍ ଯାତ୍ରୀମାନଙ୍କ ପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି।

 

Leave a Reply

Your email address will not be published. Required fields are marked *