ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଜାନୁଆରୀ ୧୬ ତାରିଖରୁ କରୋନା ଟୀକାକରଣ ହେବ। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟୀକାକରଣ ଖର୍ଚ୍ଚ ସରକାର ବହନ କରିବେ। ସୋମବାର ଦିନ ମହାରାଷ୍ଟ୍ର ପୁନେ ବିମାନବନ୍ଦରରୁ ପ୍ରଥମ ଅପର୍ଯ୍ୟାୟ ଭ୍ୟାକସିନ ଦିଲ୍ଲୀରେ ପହଞ୍ଚିଛି। ଏଠାରୁ ଭ୍ୟାକସିନ ବିଭିନ୍ନ ରାଜ୍ୟକୁ ପଠାଯିବ। କୋଭିସିଲ୍ଡର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ସକାଳୁ ପୁନେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିମାନବନ୍ଦର ପାଇଁ ବାହାରିଥିଲା। ପ୍ରଥମ ବିମାନ ଦିଲ୍ଲୀ ଯାଇଛି।

ପୁନେ ବିମାନବନ୍ଦରରୁ ଏହି ଟୀକା ବିମାନ ଜରିଆରେ ଭାରତର ବିଭିନ୍ନ ରାଜ୍ୟକୁ ପଠାଯିବ। ଟୀକା ବାହାରକୁ ପଠାଯିବା ପୂର୍ବରୁ ପୂଜା ମଧ୍ୟ କରାଯାଇଥିଲା। ସୂତ୍ର ଅନୁଯାୟୀ, ଟ୍ରକରେ ୪୭୮ଟି ବକ୍ସ ଥିଲା ଏବଂ ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ।

ମହାମାରୀ ସହ ଲଢେଇ କରୁଥିବା ଦେଶ ପାଇଁ ଭ୍ୟାକସିନ ସୁନା ଠାରୁ କମ ନୁହେଁ। ସେଥିପାଇଁ ଭ୍ୟାକସିନକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣାଯାଇଥିଲା। ଭ୍ୟାକସିନ ଟ୍ରକକୁ ଜେଡ ପ୍ଲସ ଭଳି ସିକ୍ୟୁରିଟି ଦିଆଯାଇଥିଲା। ଟ୍ରକ ଆଗରେ ଓ ପଛରେ ପୋଲିସ ଗାଡି ଥିଲା।

କମ୍ପାନୀ, ଲଜିଷ୍ଟିକ ଫର୍ମ, ସରକାର ଓ ସମସ୍ତ ହସ୍ପିଟାଲ ପ୍ରଶାସନ ଭ୍ୟାକସିନ ଚୋରି ରୋକିବାକୁ ଫୁଲପ୍ରୁଫ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଭ୍ୟାକସିନ ନାଁରେ ଯେଭଳି କୌଣସି କଳାବଜାରୀ ନ ହୁଏ ତା ପ୍ରତି ମଧ୍ୟ ସରକାର ଓ ଭ୍ୟାକସିନ ନିର୍ମାଣ ସତର୍କ ଅଛନ୍ତି।

Leave a Reply

Your email address will not be published. Required fields are marked *