ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ୧୦ ବଖରାରୁ ଅଧିକ ଘର

ଭଦ୍ରକ, (ଓଡିଶା ଟାଇମ୍) :ଭୟବହ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହୋଇଗଲା ୧୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଊର୍ଦ୍ଧ୍ଵ ଘର ଜଳି ପୋଡି ପାଉଁଶ ହୋଇଯାଇଛି। କେବଳ ଘର ନୁହେଁ ଘରର ଆସବାବପତ୍ର ସମେତ ଘରର ଧାନ, ଚାଉଳ, ଘର କରଣା ଜିନିଷ, ପିନ୍ଧାଲୁଗା ପୋଡି ପାଉଁଶ ହୋଇଛି।

ନିଆଁର ପ୍ରଖରତା ଏପରି ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା। ଏଥିରେ ବଳଜିତପଡାର ଲକ୍ଷ୍ମୀ ଧର ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ସ୍ବାଇଁ, ବବିଲତା ସ୍ବାଇଁ ଓ ଅନିଲ ସ୍ଵାଇଁଙ୍କ ଘର ଦ୍ଵାରା ପୋଡି ପାଉଁଶ ହୋଇଯାଇଛି। ମଧ୍ୟ ରାତିରେ ଖବର ପାଇ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲା ନିଆଁ ସିନା ଆୟତ୍ତ ହେଲା ସେତେବେଳେକୁ କିନ୍ତୁ ୪ଟି ପରିବାର ସର୍ବସ୍ବାନ୍ତ ହୋଇସାରିଥିଲେ।

Leave a Reply

Your email address will not be published. Required fields are marked *