ଔଷଧ କମ୍ପାନୀରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ
ଦାରିଙ୍ଗିବାଡ଼ି, (ଓଡିଶା ଟାଇମ୍) :ବେଙ୍ଗାଲୁରୁସ୍ଥିତ ବୋମାସାନ୍ଦ୍ରା ଅନ୍ତର୍ଗତ ଆଡ୍କକ୍ ଇନ୍ଗ୍ରାମ ଔଷଧ କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ରହୁଥିବା ଭଡ଼ା ଘରେ ଗ୍ୟାସରେ ନିଁଆ ଲାଗି ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଅନ୍ତର୍ଗତ ଗାହାକିଆ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ୩ ଗୁରୁତର ଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ବାରଣୀ ପ୍ରଧାନ। ତାଙ୍କ ବୟସ ୨୫ ବର୍ଷ।
ଅନ୍ୟ ଜଣେ ଗୁରୁତର ହେଲେ ବାରଣୀ ପ୍ରଧାନଙ୍କ ସ୍ବାମୀ ଉଦମ ସୁନାମଝୀ। ତାଙ୍କ ବୟସ ୩୦ ବର୍ଷ।, ମମତା ପ୍ରଧାନ, ଅଞ୍ଜଳି ପ୍ରଧାନ ଓ ରାୟଗଡ଼ା ଜିଲ୍ଲାର ରିନା ପାକ୍ରି। ଗୁରୁତରମାନେ ନିଟକସ୍ଥ ସରକାରୀ ଭିକ୍ଟୋରିଆ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୮୦ ଭାଗରୁ ଉର୍ଦ୍ଧ୍ବ ଅଂଶ ଜଳି ଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ମଙ୍ଗଳବାର ଦିନ ସକାଳ ୫ଟା ସମୟରେ ଏକ ଭଡ଼ାଘରେ ଥିବା ରୋଷେଇ ଘରେ ଶୋଇଥିଲେ। ତା ପୂର୍ବରୁ ଗ୍ୟାସ୍ ଲିକ୍ ହୋଇଯାଇଥିଲା। ରୋଷେଇ ଘରର ଲାଇଟ୍ ଦେବା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଲାଗିବା ବେଳେ ଆଖପାଖ ଘର ଲୋକ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।